ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ବିଶ୍ୱରେ ଏକ ନମ୍ବର

ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର କିଣିବାରେ ବିଶ୍ୱରେ ଭାରତ ପ୍ରଥମ। Stockholm’s think tank International Peace Research Institute ଗତକାଲି ଏହି ବଡ଼ ଖୁଲସା କରିଛି।ରିପୋର୍ଟ ଅନୁଯାୟୀ ୨୦୧୩ରୁ ୨୦୧୭ ମଧ୍ୟରେ ଭାରତ ବିଶ୍ୱରେ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି। ଏହି ସମୟରେ ଭାରତର ଅସ୍ତ୍ରଶସ୍ତ୍ର କିଣା ୧୨ ପ୍ରତିଶତ ରହିଛି। ୨୦୦୮ରୁ ୧୩ ମସିହା ତୁଳନାରେ ୨୦୧୩ରୁ ୧୭ ମସିହାରେ ଭାରତ ୨୪ ପ୍ରତିଶତ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି।

ରିପୋର୍ଟ ଅନୁସାରେ, ଭାରତ ତଳକୁ ଏହି ତାଲିକାରେ ଯଥାକ୍ରମେ ରହିଛନ୍ତି ସାଉଦି ଆରବ, ଗ୍ରୀସ, ୟୁଏଇ, ଚୀନ, ଅଷ୍ଟେଲିଆ, ଇରାକ, ଆଲଜରିଆ, ପାକିସ୍ତାନ ଓ ଇଣ୍ଡୋନେସିଆ।

ଋଷଠାରୁ ମଧ୍ୟ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି ଭାରତ

୨୦୧୩ରୁ ୧୭ ମସିହା ମଧ୍ୟରେ ଭାରତ ଋଷଠାରୁ ମଧ୍ୟ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି। ଭାରତ କିଣିଥିବାର ଅସ୍ତ୍ରଶସ୍ତ୍ରରେ ଋଷର ଭାଗିଦାରୀ ୬୨ ପ୍ରତିଶତ ରହିଛି। ଏହାସହ ଭାରତ ଆମେରିକାଠାରୁ ୧୫ ପ୍ରତିଶତ ଓ ଇସ୍ରାଏଲଠାରୁ ୧୧ ପ୍ରତିଶତ ଅସ୍ତ୍ରଶସ୍ତ୍ର କିଣିଛି।

ଚୀନର ମୁକାବିଲା ଉପରେ ଗୁରୁତ୍ୱ

ଦିନକୁ ଦିନ ବଢ଼ି ଚାଲିଥିବା ଚୀନ୍‌ର ଦାଦାଗିରିକୁ ପ୍ରତିହତ କରିବାକୁ ଭାରତ ଗୁରୁତ୍ୱ ଦେଉଛି। ଏହାର ପ୍ରଭାବ ଭାରତ-ଆମେରିକା ସମ୍ପର୍କ ଉପରେ ପଡ଼ିଛି। କିଛିବର୍ଷ ହେଲା ଭାରତ ଓ ଆମେରିକା ସମ୍ପର୍କ ଅଧିକ ନିକଟତର ହେବାରେ ଲାଗିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ଦେଶ ଆମେରିକାର ଅସ୍ତ୍ରଶସ୍ତ୍ର କିଣା ତୁଳନାରେ ଭାରତ ପ୍ରାୟ ୫୫୭ ପ୍ରତିଶତ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି।

ଅଧିକ ଅସ୍ତ୍ରଶସ୍ତ୍ର ବିକିଥିବା ଦେଶ

ଅସ୍ତ୍ରଶସ୍ତ୍ର ବିକିବାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଋଷ, ତୃତୀୟରେ ଫ୍ରାନ୍ସ, ଚତୁର୍ଥରେ ଜର୍ମାନୀ ଓ ପଞ୍ଚମ ଚୀନ୍‌ ରହିଛି। ଚୀନ୍‌ ଅଧିକ ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ବିକିଛି।