ଚୀନ ଓ ପାକିସ୍ତାନକୁ ସାବାଡ କରିବାକୁ ଭାରତ ଆଣିବ ନୂଆ ବ୍ରହ୍ମାସ୍ତ୍ର: ଏକା ଥରକେ ୩୬ଟି କ୍ଷେପଣାସ୍ତ୍ରକୁ ମାତ୍‌ ଦେବାର ରଖିଛି କ୍ଷମତା

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ରାଜିନାମା ହୋଇଛି। ରୁଷର ଏସ୍‌-400 ମିସାଇଲ୍‌କୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ଏହି ଚୁକ୍ତି ଅନୁଯାୟୀ ଖୁବଶୀଘ୍ର ଏହା ଭାରତକୁ ମିଳିବାକୁ ଯାଉଛି। ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ଏକାଥରେ 36 କ୍ଷେପଣାସ୍ତ୍ରକୁ ମାତ୍‌ ଦେବାର କ୍ଷମତା ରଖିଛି। ବିଶେଷ କରି ପାକିସ୍ତାନ ଏବଂ ଚୀନ ପକ୍ଷରୁ ଥିବା ବିପଦକୁ ଆଖିଆଗରେ ରଖି ଭାରତ ଏହାକୁ ନିଜ ବାୟୁସେନାରେ ସାମିଲ କରିବାକୁ ଯାଉଛି।

ଦୀର୍ଘ ଦିନ ଧରି ଏହି ଚୁକ୍ତି ଉପରେ ଆଲୋଚନା ହୋଇଆସୁଥିଲା। ଏବଂ ଶେଷରେ ଆଜି ରୁଷ ଏହି ଚୁକ୍ତିକୁ ସମର୍ଥନ ଜଣାଇଛି। ଗତ ବର୍ଷ ଗୋଆରେ ବ୍ରିକ୍ସ ସମ୍ମିଳନୀରେ 32 ହଜାର କୋଟିରୁ ଅଧିକ ଟଙ୍କାର ପ୍ରତିରକ୍ଷା ଚୁକ୍ତି ହୋଇଥିଲା। ଜାହା ଦ୍ୱାର ଭାରତ ରୁଷରୁ ପାଞ୍ଚଟି ଏସ-400 ମିସାଇଲ ଏବଂ 200ଟି କାମୋଭ କେ-226 ହେଲିକେପ୍ଟର କିଣିବାକୁ  ସ୍ଥିର ହୋଇଥିଲା। ଯେଉଁଥିରୁ 40ଟି ହେଲିକେପ୍ଟର ରୁଷରୁ ଆସିବ ଏବଂ ବଳକା ନିଜ ଦେଶରେ ବନାଯିବ। ରୁଷର ଉପ ପ୍ରଧାନମନ୍ତ୍ରି ଦିମିତ୍ରି ରେଗୋଜିନ ଘୋଷଣା କରିଛନ୍ତି ଯେ ଭାରତକୁ ବିମାନଭେଦୀ ମିଶାଇଲ ପ୍ରଣାଳୀ ଏସ-400 ଯୋଗାଇବା ପାଇଁ ପୁନସଂଯୋଗ ଓ ପ୍ରସ୍ତୁତି ଜାରି ରହିଛି।

 ଏସ-୪୦୦ ର ସ୍ୱତନ୍ତ୍ରତା କଣ ?

୧-ଏହା ଏକ ବିମାନଭେଦୀ ମିସାଇଲ। ଏହା ରୁଷର ନୁଆ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ଅଂଶ। ଯେଉଁଟା ୨୦୦୭ରେ ରୁଷ ସେନା ସାମିଲ ହୋଇଥିଲା।

୨-ଏହି କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିପାରିବ।

୩-ଏହା ଆମେରିକାର ଉଚ୍ଚସ୍ତରୀୟ ଲଢୁଆ ଜେଟ ଏଫ-35କୁ ମାତ ଦେବାର ଶକ୍ତି ରହିଛି।

୪-ଏହି ମିସାଇଲର ସବୁଠୁ ବଡ ସ୍ୱତନ୍ତ୍ରତା ହେଉଛି ଏହା ଏକା ସହ 3ଟି ମିସାଇଲକୁ ଧ୍ୱଂସ କରିପାରିବ କ୍ଷମତା ରଖିଛି।

୫-ମିସାଇଲରୁ ଆରମ୍ଭ କରି ଡ୍ରୋନ ପର୍ଯ଼୍ୟନ୍ତ ଅର୍ଥାତ ଆକାଶ ମାର୍ଗରେ କୌଣସି ବିମାନ ଏହାକୁ ଭେଦ କରିପାରିବ ନାହିଁ।

୬-ଏହା ଚୀନ ଓ ପାକିସ୍ଥାନ ପାଖରେ ଥିବା ନ୍ୟୁକ୍ଲିଅର ପାୱାର ବାଲାଷ୍ଟିକ ମିସାଇଲ ଠାରୁ ମଧ୍ୟ ନିଜକୁ ବଞ୍ଚାଇବାରେ ସକ୍ଷମ।

ରୁଷ ବ୍ୟତିତ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଚୀନ ମଧ୍ୟ କିଣି ନିଜ ସେନାରେ ସାମିଲ କରିଛି। ଭାରତକୁ ପାକିସ୍ତାନ  ଚୀନ ତରଫରୁ ମଧ୍ୟ କ୍ଷେପଣାସ୍ତ୍ର ହାମଲାର ବିପଦ ରହିଛି। ତେଣୁ ଏହି ଏସ-୪୦୦ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଭାରତ ବିଶ୍ୱର ଏକ ଶକ୍ତିଶାଳୀ ବାୟୁସେନା ଭାବେ ଗୌରବ ଅର୍ଜନ କରିବା ସହ ଶତ୍ରୁଙ୍କ ଠାରୁ ମଧ୍ୟ ନିଜକୁ ସୁରକ୍ଷିତ ମନେକରିବ।