‘ଇର୍ମା’ରେ ଫସିଥିବା ଭାରତୀୟଙ୍କ ଉପରେ ନଜର ରଖଯାଇଛି

 

ନୂଆଦିଲ୍ଲୀ:ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ଇର୍ମା ବାତ୍ୟା ଯୋଗୁ  ଆମେରିକା, ଭେନେଜୁଏଲା, ଫ୍ରାନ୍ସ ଏବଂ ନେଦରଲାଣ୍ଡରେ ଭୟଙ୍କର କ୍ଷୟକ୍ଷତି ଘଟିଛି। ଏଥିପ୍ରତି ଭାରତ କଡ଼ା ନଜର ରଖିଛି ବୋଲି ଆଜି ବୈଦେଶିକ ମନ୍ତ୍ରଣାଳାୟ ପକ୍ଷରୁ କୁହାଯାଇଛି। ବିଶେଷ କରି ଏ ସବୁ ଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ନେଇ ନଜର ରଖାଯାଇଛି ବୋଲି କୁହାଯାଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ, ପ୍ରଭାବିତ ଦେଶମାନଙ୍କରେ ଭାରତୀୟମାନଙ୍କୁ ସହାୟତା ଯୋଗାଇ ଦେବାକୁ  ଯୋଗାଯୋଗ ରଖାଯାଛି। ଇର୍ମା ଝଡ଼ ଘଣ୍ଟା ପ୍ରତି ୩୬୦ କିଲୋମିଟର ବେଗରେ ପ୍ରବାହିତ ହେଉଛି। ଏଥିଯୋଗୁଁ ସମ୍ପୃକ୍ତ ଦେଶରେ ଅନେକ ଧନଜୀବନନଷ୍ଟ ହୋଇଛି।