ଭାରତ ବାପା, ପାକିସ୍ତାନ ପୁଅ, ତା’ହେଲେ ମା’ କିଏ?

ନୂଆଦିଲ୍ଲୀ: ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍। ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେବେ ଆଜି ଫାଦର୍ସ ଡେ’ ହୋଇଥିବା ଯୋଗୁଁ ଏହାକୁ ବାପ-ପୁଅ ଲଢ଼େଇ ବୋଲି କୁହାଯାଉଛି। ତେବେ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦଙ୍କୁ ନିଜ ପ୍ରେମୀ ବୋଲି ଦାବି କରୁଥିବା ମଡେଲ୍ ତଥା ଅଭିନେତ୍ରୀ ଅର୍ଶୀ ଖାନ ଏହି ବାପ-ପୁଅ ଲଢ଼େଇ କଥାକୁ ନେଇ ଏକ ପ୍ରଶ୍ନ କରିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି,“ଯଦି ଭାରତ ବାପା ଓ ପାକିସ୍ତାନ ପୁଅ ତା’ହେଲେ ମା’ କିଏ? ଆଉ ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିତି ଯାଏ ତା’ହେଲେ ଭାରତକୁ ଗ୍ରହଣ କରିବାକୁ ହେବ ଯେ ପାକିସ୍ତାନ ହେଉଛି ବାପା।”

ତାଙ୍କର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ପାକିସ୍ତାନୀ ଟିମ୍‌ର ସମର୍ଥକମାନେ ଏହି ଭିଡିଓଙ୍କୁ ସେୟାର କରୁଛନ୍ତି ଓ ତାଙ୍କ ମତାମତ ଉପରେ ସହମତି ଜଣାଉଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଟିମ୍‌ର ସମର୍ଥକମାନେ ଅର୍ଶୀ ଖାନଙ୍କୁ ଗାଳିଗୁଲଜ କରିଛନ୍ତି। ଭାରତୀୟ ଟିମ୍‌ର ଫ୍ୟାନ୍‌ମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ତୁମକୁ ବୋଧହୁଏ ୧୯୪୭ କଥା ଜଣାନାହିଁ। ଭାରତ ହେଉଛି ପାକିସ୍ତାନର ସାଇଣ୍ଟିଫିକ୍ ଫାଦର।

ସୂଚନାଯୋଗ୍ୟ, ଗତ ବର୍ଷ ଅର୍ଶୀ ଖାନଙ୍କୁ ମହାରାଷ୍ଟ୍ର ପୋଲିସ୍ ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ ପୁଣେରୁ ଗିରଫ କରିଥିଲା। ତାଙ୍କୁ ଏକ ମହିଳା ସୁଧାର ଗୃହରେ ରଖାଯାଇଥିଲା। ତେବେ ସେ ସେଠାରୁ ଫେରାର ହୋଇ ଯାଇଥିଲେ।