ଆଉ ପାରିବ ନାହିଁ ପାକିସ୍ତାନ: ବାୟୁସେନାର ଶକ୍ତି ଦେଖି ପାଟି ବନ୍ଦ, ଭେଟନ୍ତୁ ଆକାଶର ଯୋଦ୍ଧାଙ୍କୁ

ଗୋଟିଏ ପରେ ଗୋଟିଏ ଝଟ୍‌କାରେ ବିଚଳିତ ହୋଇ ପଡୁଛି ପାକିସ୍ତାନ। ପ୍ରଥମେ କୁଳଭୂଷଣ ମାମଲାରେ ଅର୍ନ୍ତଜାତୀୟ କୋର୍ଟରେ ମୁଣ୍ଡ ନୁଆଇଁଥିବା ପାକିସ୍ତାନକୁ ନୌସେରା ପୋଷ୍ଟ ଉପରେ ଆକ୍ରମଣ କରି ଭାରତୀୟ ସେନା ପୁଣି ଦେଇଛି ଝଟ୍‌କା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ମିଡିଆ ରିପୋର୍ଟ ଅନୁଯାୟୀ ପାକିସ୍ତାନର ସମସ୍ତ ଏୟାରବେସ୍‌କୁ ସଜାଗ ରହିବାକୁ ନିଦ୍ଦେର୍ଶ ଦେଇଛି ପାକ୍ ସେନା। ଭାରତକୁ ବିଚଳିତ କରିବା ପାଇଁ ପାକିସ୍ତାନ ଏପରି ହରକତ୍ କରୁଛି। ତେବେ ଭାରତର ବାୟୁସେନା ଶକ୍ତି ବିଷୟରେ ଅବଗତ ଥାଇ ମଧ୍ୟ ଏସବୁରୁ ପଛାଉ ନାହିଁ ପାକିସ୍ତାନ।

ବିଶ୍ୱର ସର୍ବଶ୍ରେଷ୍ଠ ବାୟୁସେନା ଭିତରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ୧ଲକ୍ଷ ୨୦ହଜାର ସୈନିକଙ୍କୁ ନେଇ ବେଶ୍ ଶକ୍ତିଶାଳୀ ଭାରତୀୟ ବାୟୁସେନା। କିନ୍ତୁ ପାକିସ୍ତାନ ମାତ୍ର ୪୫ ହଜାର ସୈନିକଙ୍କୁ ନେଇ ନିଜକୁ ବେଶ୍ ବଳବାନ ଭାବୁଛି। ଯାହା ତାର ବୋକାମିର ପରିଚୟକୁ ଦର୍ଶାଉଛି।

ଭାରତ ଏବେ ୩୫ ଫ।ଇଟର୍ ସ୍କ୍ୱାର୍ଡନକୁ ନେଇ ଶକ୍ତିଶାଳୀ। ତେବେ ଆଗାମୀ ୮ ବର୍ଷ ମଧ୍ୟରେ ବାୟୁସେନା ଅଧା ସ୍କ୍ୱାର୍ଡନକୁ ଅବସର ଦେବାକୁ ଯାଉଛି। ଯାହା ଭାରତ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି। ତେବେ ଏହି ଫ।ଇଟର୍ ପ୍ଲେନ୍‌ର ସ୍ଥାନ ନେବାକୁ ୨୭୨ଟି ସୁଖୋଇ-୩୦ ପ୍ଲେନ୍‌ ସାମିଲ କରିବାକୁ ନିଷ୍ପତି ନେଇଛି ବାୟୁସେନା। ଏହି ସୁଖୋଇ ପ୍ଲେନ୍‌ ୨୦୨୦ ସୁଦ୍ଧା ଭାରତୀୟ ବାୟୁସେନାରେ ସ୍ଥାନ ପାଇ ସାରିଥିବ।

ଏହାସହିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ୱାକଟ୍ ଏୟାରକ୍ରାଫ୍ଟ ତେଜସ୍‌କୁ ଭାରତ ବାୟୁସେନାରେ ସାମିଲ କରିଛି। ତେବେ ତେଜସ୍‌ର ତେଜରୁ ରକ୍ଷା ପାଇବା ପାଇଁ ପାକିସ୍ତାନJF-17B ଭଳି ଲଢୁଆ ବିମାନକୁ ନିଜ ସେନାରେ ସ୍ଥାନ ଦେଇଛି। ଏହି ଲଢୁଆ ବିମାନକୁ ପାକିସ୍ତାନ ଚୀନ୍ ସହ ମିଶି ନିର୍ମାଣ କରିଛି।

ଗତବର୍ଷ ଭାରତ ପ୍ରଥମଥର ପାଇଁ ବାୟୁସେନାରେ ୩ ମହିଳା ପାଇଲଟଙ୍କୁ ସାମିଲ କରିଥିଲା। ଯେଉଁମାନେ ବିଭିନ୍ନ ଲଢୁଆ ବିମାନର ପାଇଲଟ୍ ଭାବେ ସାମିଲ ହୋଇଛନ୍ତି। ତେବେ ପାକିସ୍ତାନ ନିଜ ବାୟୁସେନାରେ ୩୦୦ରୁ ଉର୍ଦ୍ଧ ମହିଳାଙ୍କୁ ସାମିଲ କରିଛି।

courtesy-Aaj Tak