ଡାଇବେଟିସ୍ ପୀଡ଼ିତା ଭଉଣୀଙ୍କ ଚିନ୍ତା କରୁ କରୁ ଭାଇ ବନିଗଲେ ଆମେରିକାର କୋଟିପତି ବ୍ୟବସାୟୀ

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ, ଆଉ ଉଦ୍ୟମ ଥିଲେ ସଫଳତା ହାତ ପାହାନ୍ତାକୁ ଆସିଯାଏ। ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ରିଷି ଶାହାଙ୍କ କଥା। ଆମେରିକାର ଜଣେ କ୍ଷ୍ୟାତନାମା ବ୍ୟବସାୟୀ ହେଉଛନ୍ତି ରିଷି। କୋଟିପତି ହେବା ନିଶାରେ ୧୦ ବର୍ଷ ତଳେ ସେ କଲେଜ ପାଠ ଛାଡି ନିଜର ବନ୍ଧୁ ଶ୍ରଦ୍ଧା ଅଗ୍ରୱାଲଙ୍କ ସହ ମିଶି ଆରମ୍ଭ କରିଥିଲେ ବ୍ୟବସାୟ। ଦିନରାତି କଠିନ ପରିଶ୍ରମ ଫଳରେ ରିଷି ବର୍ତ୍ତମାନ ଆମେରିକାର ଜଣେ ସୁପ୍ରତିଷ୍ଠିତ ଉଦ୍ୟୋଗପତି ଭାବରେ ଜଣାଶୁଣା।

ରିଷିଙ୍କ ବାପା ଜଣେ ଭାରତୀୟ। ପେଷାରେ ଜଣେ ଡାକ୍ତର ଓ ଭାରତରୁ ଆମେରିକା ଚାଲିଆସିଥିଲେ। ଆମେରିକାରେ ରହି ସେ ନିଜର ଏକ ଡାକ୍ତରଖାନା ଚଳାଇଥିଲେ। ତେବେ ଆପଣ ଭାବୁଥିବେ, ତାଙ୍କ ପୁଅ କେମିତି ଏତେବଡ଼ ଧନୀ ବନିଗଲେ, ପୂରା କାହାଣୀ ପଢ଼ନ୍ତୁ।

ରିଷିଙ୍କ ବଡଭଉଣୀ ଜଣେ ଟାଇପ ୧ ଡାଏବେଟିସ୍ ରୋଗୀ। ସେ ନିଜର ବ୍ଲଡସୁଗାର ନିୟନ୍ତ୍ରଣ କରିବା ପାଇଁ ଇନସୁଲିନ ପମ୍ପ ବ୍ୟବହାର କରିଥାଆନ୍ତି। ରିଷି ଦେଖିଲେ ଯେ, ତାଙ୍କ ଭଉଣୀଙ୍କ ପରି ଏମିତି ଅନେକ ରୋଗୀ ବଜାରରୁ ଇନସୁଲିନ କିଣୁଛନ୍ତି। ତେଣୁ ଇନସୁଲିନ ତିଆରି କରୁଥିବା କମ୍ପାନୀ ଅନେକ ଲାଭ କରିବା ସହ ଅନେକ ରୋଗୀ ମଧ୍ୟ ଉପକୃତ ହେଉଥିବା ସେ ହୃଦୟଙ୍ଗମ କରିଥିଲେ। ତେଣୁ ସେ ଠିକ୍ କଲେ ମେଡିକାଲ୍ ବିଜିନେସ୍ ସହ ଚିକିତ୍ସା ଜଗତ ପାଇଁ କିଛି ଲାଭପ୍ରଦ ସାମଗ୍ରୀ ତିଆରି କରିବେ। ପରେ ରିଷି ନର୍ଥୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳର ବାନ୍ଧବୀ ଶ୍ରଦ୍ଧାଙ୍କ ସହ ମିଶି ବ୍ୟାଙ୍କରୁ 2088 କୋଟି ଟଙ୍କା ଋଣ ଆଣି ମିଡିଆ କଣ୍ଟେକ୍ସଟ୍ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ। ନିଜର ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଦୁଇବନ୍ଧୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଡାକ୍ତରଖାନାରୁ ଡାକ୍ତରଖାନା ବୁଲି କମ୍ପାନୀର ପ୍ରଡକ୍ଟ ବିକ୍ରି କରିଥିଲେ ରିଷି ଆଉ ଶ୍ରଦ୍ଧା। ଧିରେ ଧିରେ ଏହି କମ୍ପାନୀ ପ୍ରଚୁର ଲାଭ କରିଥିଲା। ପରେ ଆନେକ ବଡ ବଡ କମ୍ପାନୀ ତାଙ୍କ କମ୍ପାନୀରେ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିଲେ। କିନ୍ତୁ କାହାର ସହାୟତା ନ ନେଇ ରିଷିଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ତାଙ୍କ କମ୍ପାନୀ ଆମେରିକାର ୧ ବିଲିୟନ ଡଲାର ବିଶିଷ୍ଟ 200 କମ୍ପାନୀଙ୍କ ତାଲିକାରେ ସାମିଲ୍ ହୋଇପାରିଥିଲା। ତାଲିକାରେ ରିଷିଙ୍କ କମ୍ପାନୀର କ୍ରମ ହେଉଛି 30। ଯାହା ନିଶ୍ଚିତ ଭାବରେ ଏକ ବଡ଼ ସଫଳତା। ସଫଳତା ପାଇବା ପରେ ରିଷି ନିଜ କମ୍ପାନୀର ନାମ ବଦଳାଇ ‘ହେଲଥ୍ ଆଉଟ୍ କମ୍’ ନାମରେ ନାମିତ କାରିଥିଲେ। ଏବେ ଏହି କମ୍ପାନୀ ଆମେରିକା ବାସୀଙ୍କ ବିଶ୍ୱସଭାଜନ ହୋଇ ଦ୍ରୁତଗତିରେ ଆଗେଇ ଚାଲିଛି।