ଭାରତୀୟ ଯବାନଙ୍କ ମୁଣ୍ଡକାଟ ଘଟଣାର କଡ଼ା ଜବାବ ଦେଲା ଭାରତ

ଜମ୍ମୁ: ସୀମାରେ ଭାରତୀୟ ଯବାନଙ୍କ ମୁଣ୍ଡ କାଟ ଘଟଣା ପରେ ଭାରତୀୟ ସେନା ତରଫରୁ କଡ଼ା ଜବାବ ଦିଆଯାଇଛି। ଗତକାଲି ରାତିରେ ନିୟନ୍ତ୍ରଣ ରେଖା ନିକଟରୁ ଭାରତୀୟ ସେନା ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଛି। ଏଥିରେ ୩ ପାକିସ୍ତାନ ସେନା କର୍ମଚାରୀଙ୍କ ସମେତ ୧୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଭାରତୀୟ ସେନା ଗତକାଲି ପାକ୍‌ ଅଧିକୃତ କାଶ୍ମୀରର ଦୁଧନିଆଲ ସେକ୍ଟରରେ ଗୁଳି ବର୍ଷଣ କରିଥିଲା। ଦୁଇଦିନ ପୂର୍ବରୁ ପାକିସ୍ତାନୀ ସେନା ୩ ଭାରତୀୟ ସୈନିକଙ୍କୁ  ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ସୈନିକଙ୍କ ମୃତ ଦେହକୁ ଅତି ଅମାନବୀୟ ଭାବେ ଖଣ୍ଡ ବିଖଣ୍ଡିତ କରିଥିଲେ। ଏହି ଘଟଣାର ଦୃଢ଼ ଜବାବ ଦିଆଯିବ ବୋଲି ଭାରତ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା।