କାଲିଠୁ ୩ ଦିନ ବ୍ୟାଙ୍କ ବନ୍ଦ;ଆଜି ହିଁ କାମ ସାରନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ ଆଜି ସମସ୍ତ କାମ ଶେଷ କରନ୍ତୁ।  କାରଣ ଆସନ୍ତାକାଲିଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ।

ସାଧାରଣତଃ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ସେହି ଅନୁସାରେ ଆସନ୍ତାକାଲି ବ୍ୟାଙ୍କ ଛୁଟି। ଏହାସହିତ ରବିବାର ହେଉଛି ବ୍ୟାଙ୍କର ସାପ୍ତାହିକ ଛୁଟି। ୨୬ ଜୁନ୍ ତଥା ସୋମବାର ଇଦୁଲ୍ ଫିତର୍ ହୋଇଥିବାରୁ ବ୍ୟାଙ୍କ୍ ଛୁଟି ରହିବ। ତେବେ ବ୍ୟାଙ୍କ୍ ଛୁଟିକୁ ଧ୍ୟାନରେ ରଖି ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖାଯିବ । ଯେପରି ସାଧାରଣ ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।