ବ୍ରିଟେନ୍‌ ସଂସଦ ପାଇଲା ପ୍ରଥମ ମହିଳା ଶିଖ୍ ସାଂସଦ, ତମନଜିତ ସିଂହ ପ୍ରଥମ ପଗଡ଼ିଧାରୀ ସାଂସଦ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ପ୍ରୀତି କୌର ଗିଲ୍ ବ୍ରିଟେନ୍‌ରେ ହୋଇଥିବା ସାଧାରଣ ନିର୍ବାଚନରେ ବର୍ମିଂହାମ ଆସନରୁ ବିଜୟୀ ହୋଇଛନ୍ତି। ସେ ଏହି ନିର୍ବାଚନ ଜିତି ବ୍ରିଟେନ୍‌ ସଂସଦରେ ପ୍ରଥମ ମହିଳା ଶିଖ୍ ସାଂସଦ ହୋଇଛନ୍ତି। ସେ ଲେବର ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ। ପ୍ରୀତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬, ୯୧୭ ଭୋଟ୍‌ରେ ପରାସ୍ତ କରିଛନ୍ତି। ନିର୍ବାଚନ ଜିତିବା ପରେ ସେ କହିଛନ୍ତି,”ମୁଁ ଏଥିପାଇଁ ବେଶ୍ ଖୁସି ଅନୁଭବ କରୁଛି ଯେ ଏଜ୍‌ବେଷ୍ଟନ୍‌ରୁ ସାଂସଦ ହେବାର ସୁଯୋଗ ମୋତେ ମିଳିଲା। କାରଣ ଏଠାରେ ମୋର ଜନ୍ମ ହୋଇଥିଲା।”

ସେହିପରି  ଭାରତୀୟ ବଂଶୋଦ୍ଭବ ତମନଜିତ ସିଂ ଧେସୀ ସଲାଁ ଆସନରୁ ବିଜୟୀ ହୋଇଛନ୍ତି। ବ୍ରିଟେନ୍‌ ସଂସଦରେ ସେ ପ୍ରଥମ ପଗଡ଼ିଧାରୀ ଶିଖ୍ ସାଂସଦ ହୋଇଛନ୍ତି। ସେ ଲେବର ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରାୟ ୧୭ ହଜାର ଭୋଟରେ ହରାଇଛନ୍ତି।