ଭାରତରେ ରୁଜୁ ହୋଇଥିଲା ମାମଲା, ୧୦୦ ବର୍ଷ ପରେ ରାୟ ଶୁଣାଇଲା ପାକିସ୍ତାନ କୋର୍ଟ

ନୂଆଦିଲ୍ଲୀ: ମାମଲା ରୁଜୁ ହୋଇଥିଲା ଭାରତରେ। ଫଇସାଲା ହେଲା ପାକିସ୍ତାନରେ। ଏମିତି ଏକ ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ।  କିନ୍ତୁ ଘଟଣାଟି ସତ। ମାମଲା ରୁଜୁ ହେବାର ଶହେ ବର୍ଷ ପରେ ଆସିଲା ରାୟ। ଏକ ଜମିଜମା ବିବାଦକୁ ନେଇ ହୋଇଥିବା ମାମଲାର ରାୟ ଶୁଣାଇଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ । ୧୯୧୮ ମସିହାରେ ରାଜସ୍ଥାନର ଏକ  ଅଦାଲତରେ ସମ୍ପତ୍ତି ବିବାଦକୁ ନେଇ  ମାମଲା ରୁଜୁ ହୋଇଥିଲା।  ରାଜସ୍ଥାନର ବହାବଲପୁର ୭୦୦ କୋଟିର ଜମିକୁ ନେଇ  ବିବାଦ ଉପୁଜି ଥିଲା। ସ୍ୱାଧୀନତା ପୂର୍ବରୁ ବହାବଲପୁର ରାଜପୁତ ପରିବାରର ଅଂଶବିଶେଷ ଥିଲା।  କିନ୍ତୁ ଦେଶ ବିଭାଜନ ପରେ ଏହି କେଶ ପାକିସ୍ତାନରେ ପଞ୍ଜାବ ପ୍ରନ୍ତାରେ ଥିବା କୋର୍ଟକୁ ପଠାଯାଇଥିଲା। ୨୦୦୫ରେ ଏହି କେଶ ପାକିସ୍ତାନର ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।  ପାକିସ୍ତାନ କୋର୍ଟ ଏହି ମାମଲାର ବିଚାରି କରି କହିଥିଲେ ଯେ, ଇସ୍‌ଲାମିକ ଆଇନ ଆଧାରରରେ ସମ୍ପତ୍ତିର ମାଲିକ ସମ୍ପୃକ୍ତ ଉତ୍ତରାଧିକାରୀ ପାଇବା ହକଦଦାର।