୩ ଟ୍ରିଲିଅନ ଅର୍ଥନୀତି କ୍ଲବରେ ପହଞ୍ଚିବ ଭାରତ: ନିର୍ମଳା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତ ୩ ଟ୍ରିଲିଅନ (୨୦,୬୧,୧୬,୫୦,୦୦,୦୦,୦୦୦.୦୦ ଟଙ୍କା) ଅର୍ଥନୀତିକ କ୍ଲବରେ ପହଞ୍ଚିବ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା କହିଛନ୍ତି। ଏଥିସହ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ଟପି ଯିବ ବୋଲି ସେ କହିଛନ୍ତି।

ଦେଶର ଅଭିବୃଦ୍ଧି ପାଇଁ ଅନେକ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହା ପରିବର୍ତ୍ତନ ହୋଇପାରିଲେ ଆଗାମୀ ଦିନରେ ଦେଶର ଅର୍ଥନୀତି ୫ ଟ୍ରିଲଅନ କ୍ଲବରେ ପହଞ୍ଚି ପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ୨୦୨୪-୨୫ ମଧ୍ୟରେ ଦେଶ ୫ ଟ୍ରିଲଅନ ଅର୍ଥନୀତିକ କ୍ଲବରେ ପହଞ୍ଚିବ ବୋଲି ସୀତାରମଣ କହିଛନ୍ତି।

ସୂଚନାଯୋଗ୍ୟ, ଭାରତର ଅର୍ଥନୀତି ଏବେ $୨.୬୧ ଟ୍ରିଲଅନରେ ରହିଛି। ବିଶ୍ୱରେ ଭାରତ ଷଷ୍ଠ ବୃହତ ଅର୍ଥନୀତିକ ଦେଶ। ପ୍ରଥମରେ ଆମେରିକା, ଦ୍ୱିତୀୟରେ ଚାଇନା, ତୃତୀୟରେ ଜାପାନ, ଚତୁର୍ଥରେ ଜର୍ମାନୀ, ପଞ୍ଜମରେ ବ୍ରିଟେନ୍ ଏବଂ ଷଷ୍ଠରେ ଭାରତ ରହିଛି।