ଆଇକ୍ୟୁ ଟେଷ୍ଟରେ ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫନ୍‌ ହ୍ୟାକିଂଗଙ୍କୁ ପଛରେ ପକାଇଲେ ଭାରତୀୟ ବଂଶୋଦ୍ଭବ ରାଜଗୌରୀ

ନୂଆଦିଲ୍ଲୀ:  ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫନ୍‌ ହ୍ୟାକିଂଗ ସ୍ମରଣ ଶକ୍ତିକୁ ପଛରେ ପକାଇଲେ ଭାରତୀୟ ବଂଶୋଦ୍ଭବ ରାଜଗୌରୀ। ରାଜଗୌରୀ ବ୍ରିଟିସ୍‌ ମେନ୍‌ସା IQ ଟେଷ୍ଟରେ ୧୬୨ ଅଙ୍କ ହାସଲ କରିଛନ୍ତି। ଅଲବର୍ଟ ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫନ୍‌ ହ୍ୟାକିଂଗ ଠାରୁ ସେ ୨ ପଏଣ୍ଟ ଅଧିକ ପାଇଛନ୍ତି।

ରାଜଗୌରୀ ଇଂଲଣ୍ଡର ଚେସାୟର୍‌ କାଣ୍ଟିରେ ରହନ୍ତି। ଆଇକ୍ୟୁ ମାମଲାରେ ଆଇନ୍‌ଷ୍ଟାଇନ ଏବଂ ହ୍ୟାକିଂଗଙ୍କୁ ପଛରେ ପକାଇ ରାଜଗୌରୀ High IQ Society ସଦସ୍ୟତା ପାଇଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୧୨ ବର୍ଷୀୟ ରାଜଗୌରୀ ପାୱାର ଏହି ସଫଳତା ହାସଲ କରିବା ପରେ କହିଛନ୍ତି,“ମୋତେ ଏପରି ଲାଗୁଛି ମୁଁ ଯେପରି ଦୁନିଆର ଉପରେ ରହିଛି। ଏହା ମୋ ପାଇଁ ସମ୍ମାନର କଥା। ବିଦେଶ ମାଟିରେ ଭାରତର ପ୍ରତିନିଧିତ୍ୱ କରି ଏହି ସଫଳତା ପାଇଥିବାରୁ ମୁଁ ଗର୍ବିତ।”

ସୌଜନ୍ୟ-ଆଜ୍‌ତକ୍‌

ଫଟୋ- ଆଜ୍‌ତକ୍‌