ତଥ୍ୟ ଲିକ୍ ପ୍ରସଙ୍ଗ: ହାଜର ହେବାକୁ ଫେସବୁକ ମୁଖ୍ୟଙ୍କୁ ନୋଟିସ ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋସିଆଲ ନେଟଓ୍ବର୍କିଂ ସାଇଟ ଫେସବୁକ ମୁଖ୍ୟ ମାର୍କ ଜକରବର୍ଗଙ୍କୁ ଭାରତରେ ହାଜର ହେବାକୁ ନୋଟିସ କରିପାରନ୍ତି କେନ୍ଦ୍ର ସରକାର। ଦେଶରେ ସାଧାରଣ ଜନତାଙ୍କ ତଥ୍ୟ ଲିକ୍ ପ୍ରସଙ୍ଗରେ ପୂର୍ବରୁ ଫେସବୁକ ଏବଂ କେମ୍ବ୍ରିଜ୍ ଆନାଲିଟିକାକୁ ନୋଟିସ କରିଛନ୍ତି ସରକାର। ଯଦି ଆବଶ୍ୟକ ପଡେ ତେବେ ଫେସବୁକ ମୁଖ୍ୟ ମାର୍କ ଜକରବର୍ଗଙ୍କୁ ଭାରତ ଆସିବାକୁ ନୋଟିସ କରାଯାଇପାରେ ବୋଲି କହିଚନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଡାଟା ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତ୍ ଏକ ରିପୋର୍ଟ ଫେସବୁକ୍ ତରଫରୁ ପ୍ରଦାନ୍ କରାଯାଇଛି, ଏଥିରେ ଏକ ଆପ ମାଧ୍ୟମରେ ଫେସବୁକ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବା ଉଲ୍ଲେଖ ରହିଛି। ଦେଶର ୫, ଲକ୍ଷ ୬୨ ହଜାରରୁ ଅଧିକ ଲୋକ ଏହି ଆପ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯାହାକି ଭାରତରେ ଫେସବୁକ୍ ବ୍ୟବହାରକାରୀଙ୍କ ମାତ୍ର ୦. ୨୨ ପ୍ରତିଶତ ସେମାନଙ୍କ ମଧ୍ୟରୁ ଅଧିଂକାଂଶ ଆମେରିକାରେ ବସବାସ କରୁଛନ୍ତି। ଏହି ଆପ୍ ମାଧ୍ୟମରେ କେମ୍ବ୍ରିଜ ଆନାଲିଟିକା ଡାଟା ଲିକ୍ ହୋଇଥାଇପାରେ ବୋଲି ଫେସବୁକ୍ ପକ୍ଷରୁ ରିପୋର୍ଟରେ କୁହାଯାଇଛି।