ପ୍ରତିଶୋଧ ମୁଡ୍‌ରେ ଭାରତୀୟ ସେନା: ସୀମାରେ ଜୋର୍‌ଦାର ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ପାକିସ୍ତାନକୁ ଜବାବ ଦେବାକୁ ଭାରତୀୟ ସେନାର ସଜବାଜ। ପ୍ରତିଶୋଧ ମୁଡରେ ଭାରତୀୟ ସେନା। ପ୍ରଥମେ ଭାରତୀୟ ଯବାନଙ୍କୁ ହତ୍ୟା କରିବା ଏବଂ ପରେ କିଛି ଦିନ ଧରି ସୀମାରେ ପାକ ଆତଙ୍କବାଦୀ ପକ୍ଷରୁ ଲୁଟ୍‌ପାଟ ଜାରି ରହିଥିବା ବେଳେ ଏହାର ପ୍ରତିବାଦରେ ଆଜି ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ ପାଇଁ ରଣନୀତି ପ୍ରସ୍ତୁତି ହୋଇଛି।  ଆଜି ଜମ୍ମୁ କଶ୍ମୀରିର ସୋଫିଆନ ଜିଲ୍ଲାରେ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ  ହୋଇଛି। ଆଜି ସକାଳେ ସେନା ପକ୍ଷରୁ ପ୍ରାୟ ୨୪ଟି ଗାଁକୁ ନିଜ କବ୍‌ଜାକୁ ନିଆଯାଇଛି।

ଗତକାଲି ରାତିରେ ସୋଫିଆନ ଜିଲ୍ଲାରେ ଏକ ପୋଲିସ ଷ୍ଟେଶନରୁ ଆତଙ୍କବାଦୀମାନେ  ୪ଟି ଇନ୍‌ସାସ୍‌ ରାଇଫଲ ଏବଂ ଗୋଟିଏ ଏକେ-୪୭ ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ସେହିପରି ପୁଲୱାମା ଅଞ୍ଚଳରେ ଦୁଇଟି ବ୍ୟାଙ୍କକୁ ଆତଙ୍କବାଦୀମାନେ ଲୁଟ୍‌ କରିଥବା ଜଣାପଡ଼ିଛି।  ଏହା ପୂର୍ବରୁ କଶ୍ମୀରିର କୁଲଗାମ ଜିଲ୍ଲାରେ ମେ’ ୧ରେ ଆତଙ୍କବାଦୀମାନ ୫ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାସହ  ଜଣେ ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିଲେ।  ଏହି ସମୟରେ ଭ୍ୟାନ୍‌ରେ ଟଙ୍କା ନିଆଯାଉଥିବା ବେଳେ ଆତଙ୍କବାଦୀମାନ ଲୁଟିନେଇଥିଲେ। ଏ ସବୁ ଘଟଣାର ପ୍ରତିବାଦରେ ବଦଲା ନେବାକୁ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଛି।