ଯେବେ ଭାରତର “ମାର୍କୋସ୍‌” ମାତେ, ପାକିସ୍ତାନ୍‌ ଡାକେ ତ୍ରାହି ତ୍ରାହି…କ୍ଲିକ୍‌ କରନ୍ତୁ, ସିକ୍ରେଟ୍‌ ଜାଣନ୍ତୁ

ଭାରତୀୟ ସେନାର ପରାକ୍ରମ ସାରା ବି‍‍ଶ୍ୱ ଦେଖିଛି। ଗତ କିଛିଦିନ ପୂର୍ବରୁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତ ତାର ବୀରତ୍ୱର ପ୍ରଦର୍ଶନ କରିଛି। ଏହି ସର୍ଜିକାଲ ଷ୍ଟ୍ରାଇକ ପଛରେ ଯେଉଁ ଭାରତୀୟ କମାଣ୍ଡୋମାନଙ୍କ ହାତ ଅଛି ତା ହୁଏତ ବହୁତ କମ ଲୋକ ଜାଣିଥିବେ। ସର୍ଜିକାଲ ଷ୍ଟ୍ରାଇକ ହେଉ ବା ମୁମ୍ବାଇ ଆକ୍ରମଣ, ଦେଶକୁ ରକ୍ଷା କରିବା ପଛରେ ଏହି କମାଣ୍ଡୋ ମାନେ ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କ ସହ ଲଢିଥାନ୍ତି। ତେବେ ଆପଣ ଜାଣନ୍ତି ମାର୍କୋସ ଫୋର୍ସର କମାଣ୍ଡୋଙ୍କୁ।

Indian-Navy-commandos୧୯୮୭ରେ ଗଠନ ହୋଇଥିବା ମାର୍କୋସ ଫୋର୍ସ ନୌସେନାର ଏକ ପ୍ରମୁଖ ଅଙ୍ଗ।  ଏହି ଶ୍ରେଣୀର କମାଣ୍ଡୋମାନେ ସମସ୍ତ ପ୍ରକାର ଅପରେସନ୍‌ରେ  ଶତ୍ରୁପକ୍ଷକୁ ପରାସ୍ତ କରିବାର କ୍ଷମତା ରଖନ୍ତି। ତେବେ ସମୁଦ୍ର ପଥରେ ଏମାନଙ୍କୁ ପରାସ୍ତ କରିବା ଅସମ୍ଭବ। ମାର୍କୋସ ଫୋର୍ସ ପୂର୍ବରୁ ମେରାଇନ୍‌ କମାଣ୍ଡୋ ନାମରେ ପରିଚିତ ଥିଲେ।

କେମିତି ହୋଇଥାଏ ମାର୍କୋସ ଫୋର୍ସ କମାଣ୍ଡୋଙ୍କ ଟ୍ରେନିଂ:

marcos 6ମାର୍କୋସ ଫୋର୍ସରେ ଯୋଗ ଦେବାକୁ କିଛି ସ୍ୱତନ୍ତ୍ର ଯବାନଙ୍କୁ ଚୟନ କରାଯାଇଥାଏ। ୧୦୦୦ ଯବାନଙ୍କ ମଧ୍ୟରୁ ଜଣେ ଯବାନଙ୍କୁ ଚୟନ କରାଯାଇଥାଏ ମାର୍କୋସ କମାଣ୍ଡୋ ପାଇଁ। ଏହି ଫୋର୍ସର କମାଣ୍ଡୋଙ୍କୁ ୨ରୁ ୩ ବର୍ଷ ଯାଏ କଠିନ ଟ୍ରେନିଂ ଦିଆଯାଇଥାଏ। ପ୍ରାୟତଃ ୨୦ ବର୍ଷିୟ ବୟସ୍କ ଯବାନଙ୍କୁ ଏଥିପାଇଁ ଚୟନ କରାଯାଇଥାଏ। କମାଣ୍ଡୋଙ୍କୁ ଦିଆଯାଉଥିବା ଟ୍ରେନିଂ ଡେଥ୍ କଲ୍ ନାମରେ ନାମିତ। ଯେଉଁଥିରେ ଯବାନଙ୍କୁ କାନ୍ଧରେ ୨୫ କେଜିର ବ୍ୟାଗ ପକାଇ ଜଙ୍ଘ ପର୍ଯ୍ୟନ୍ତ ଥିବା କାଦୁଅ ପୋଖରୀରେ ଦୌଡ଼ିବାକୁ ପଡ଼ିଥାଏ। ଏହା ସଙ୍ଗେ ସଙ୍ଗେ ୨.୫ କିଲୋମିଟର ପର୍ଯ୍ୟନ୍ତ ଅବଷ୍ଟ୍ରାକଲ୍‌ କୋର୍ସରେ ମଧ୍ୟ ଭାଗ ନେଇଥାନ୍ତି। ମାର୍କୋସ ଫୋର୍ସରେ ଭର୍ତ୍ତି ହେବାକୁ କମାଣ୍ଡୋଙ୍କୁ  HALO ଓ  HAHO ଟ୍ରେନିଂ କ୍ୱାଲିଫାଏ କରିବାକୁ ପଡ଼ିଥାଏ। HALO ଟ୍ରେନିଂରେ ଯବାନ ମାନେ ୧୧ କିଲୋମିଟର ଉପରୁ ଡେଇଁଥାନ୍ତି ଓ ସ୍ଥଳଭାଗ ଛୁଇଁବାର କିଛି ସମୟ ପୂର୍ବରୁ ପାରାଚ୍ୟୁଟ୍ ଖୋଲିବାର କଳା ଶିଖା ଯାଇଥାଏ। ସେହିପରି HAHO ଟ୍ରେନିଂରେ ଯବାନ ମାନେ ୮ କିଲୋମିଟର ଉଚ୍ଚାରୁ ଡେଇଁ‍ଥାନ୍ତି। ତଳକୁ ଡେଇଁବାର ୧୦ ରୁ ୧୫ ସେକେଣ୍ଡ ମଧ୍ୟରେ ପାରାଚ୍ୟୁଟ ଖୋଲିବାର କଳା ଶିଖା ଯାଇଥାଏ। HAHO ଟ୍ରେନିଂ -୪୦ ଡିଗ୍ରୀ ସେଲସିୟସ୍ ଥଣ୍ଡା ବରଫ ଅଞ୍ଚଳରେ ଦିଆଯାଇଥାଏ। ଯେ କୌଣସି ବି ହତିଆରରେ ଆକ୍ରମଣ କରିବାର କଳା କମାଣ୍ଡୋମାନଙ୍କୁ ଶିଖା ଯାଇଥାଏ।

marcrosଏହି କମାଣ୍ଡୋଙ୍କୁ ଏପରି ଟ୍ରେନିଂ ଦିଆଯାଇଥାଏ ଯେ ସମୁଦ୍ର ଅପରେସନ୍‌ରେ ଏମାନେ ପାଣି ଭିତରେ ପହଁରି ପହଁରି ଶତ୍ରୁ ପକ୍ଷର ସମୁଦ୍ର କୂଳରେ ପହଞ୍ଚିବାରେ ସକ୍ଷମ। ସମସ୍ତ ପ୍ରକାର ଛୁରୀ ,ରାଇଫଲ, ହ୍ୟାଣ୍ଡଗନ୍‌, ସବମେରିନ ମାଧ୍ୟମରେ ଆକ୍ରମଣ କରିବାରେ ପାରଙ୍ଗମ ମାର୍କୋସ କମାଣ୍ଡୋ । ଏହି କମାଣ୍ଡୋଙ୍କ ପରିଚୟ ଦୁନିଆ ଆଗରେ ସବୁବେଳେ ଗୁପ୍ତ ରଖାଯାଇଥାଏ। ଏପରିକି ପରିବାରବର୍ଗ  ମଧ୍ୟ ଜାଣିନଥାନ୍ତି କି ଏମାନେ ସ୍ୱତନ୍ତ୍ର ମାର୍କୋସ କମାଣ୍ଡୋ ବୋଲି। ମାର୍କୋସ କମାଣ୍ଡୋଙ୍କୁ ସମସ୍ତ ଟ୍ରେନିଂ ଆଇଏନ୍‌ଏସ୍‌ ଅଭିମନ୍ୟୁରେ ଦିଆଯାଇଥାଏ।

୧୯୯୯ କାରଗିଲ୍ ଯୁଦ୍ଧରେ ମାର୍କୋସ କମାଣ୍ଡୋ ଭାରତୀୟ ସେନାକୁ ସାହାଯ୍ୟ କରି ଭାରତକୁ ବିଜୟ ଭେଟି ଦେଇଥିଲେ।