ବିପଦର ବନ୍ଧୁ ସାଜିଲା ଭାରତୀୟ ନୌସେନା : ସମୁଦ୍ରରୁ ୬ ବିଦେଶୀଙ୍କୁ କଲା ଉଦ୍ଧାର

 

ପଣଜି(ଗୋଆ):ବିପଦ ବେଳେ ବନ୍ଧୁ ସାଜିଲା ଭାରତୀୟ ନୌସେନା।  ମାଲ୍‌ଡେଭିସ୍‌ ଜଳ ଜାହାଜର ୬ ଜଣ କ୍ର୍ୟୁ-ମେମ୍ବରଙ୍କୁ ମଝି ସମୁଦ୍ରରୁ ଭାରତୀୟ  ନୌସେନା ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ ମାଲ୍‌ଡେଭିସ୍‌ର ଜଳ ଜାହାଜ ‘ଏମଭି ମାରିଆ’ ଗତ ମେ’ ୧୫ରୁ ଆସିବା ପରେ ମଝି ସମୁଦ୍ରରେ ଅଚଳ ହୋଇଯାଇଥିଲା। ସେବେଠାରୁ ଜାହାଜ ପାଇଲଟ ସହ ମାଲ୍‌ଡେଭିସ୍‌ ତଟରକ୍ଷା ବାହିନୀ ସହ ଯୋଗାଯୋଗ ହୋଇ ପାରି ନ ଥିଲା।

ପରେ ଜାହାଜର ସନ୍ଧାନ ଲାଗି ଭାରତୀୟ ନୌସେନା ସହାୟତା କରିବାକୁ ମାଲ୍‌ଡେଭିସ୍‌ ତଟରକ୍ଷାବାହିନୀ  ନିବେଦନ କରିଥିଲା। ଏନେଇ ଭାରତୀୟ ନୌସେନା ଅପରେସନ ଆରମ୍ଭ କରି ଉକ୍ତ ଜଳ ଜାହାଜର ସନ୍ଧାନ ପାଇଥିଲା। ଏଥିସହ ସେଥିରେ ଥିବା ୬ ଜଣ କ୍ର୍ୟୁ-ମେମ୍ବରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।

ସୌଜନ୍ୟ: ହିନ୍ଦୁସ୍ଥାନ ଟାଇମ୍‌ସ୍‌