ଭାରତର ଚା’ରେ ଭାଙ୍ଗେ ଅଷ୍ଟ୍ରେଲିଆର ନିଦ: ଓକିଲାତିରୁ କୋଟିପତି ଚା ବିକାଳି, ପଢନ୍ତୁ ଗର୍ବ ଲାଗିବ

ଅନେକ କ୍ଷେତ୍ରରେ ଭାରତୀୟଙ୍କ ସଫଳତା ପୂରା ଦୁନିଆ ଦେଖିଛି। ଏଥିପାଇଁ ଭାରତୀୟ ଭାବେ ଅନେକ ସମୟରେ ଆମେ ଗର୍ବ ମଧ୍ୟ କରୁଛେ। ଗତ କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆରୁ ଆସିଛି ଏକ ଖୁସି ଖବର। ୨୬ ବର୍ଷିୟ ଭାରତୀୟ ଉପମା ଭିର୍ଦି ଅେଷ୍ଟ୍ରଲିଆର ସମ୍ମାନଜନକ ବିଜିନେସ୍ ୱିମେନ୍ ଅଫ୍ ଦି ଇୟର-୨୦୧୬ର ଟାଇଟଲ ଜିତି ଗର୍ବିତ କରିଛନ୍ତି ଦେଶକୁ।

ଉପମା ଭିର୍ଦି। ପେଶା ଓକିଲାତି କିନ୍ତୁ ନିଶା ଲୋକଙ୍କୁ ଚାହା ପିଆଇବା। ଉପମାଙ୍କ ଚାହାର ମହକରେ ନିଦ ଭାଙ୍ଗିଥାଏ ଅଷ୍ଟ୍ରେଲିଆବାସୀଙ୍କର। ଦୁଇ ବର୍ଷ ପୂର୍ବେ ସେ ଆରମ୍ଭ କରିଥିଲେ ନିଜର ଅନଲାଇନ୍ ଟି ଷ୍ଟଲ ଚାଇ ୱାଲି। ଏବେ ଉପମାଙ୍କ ଚାହାର ଡିମାଣ୍ଡ କାହିଁରେ କଣ। ବିଭିନ୍ନ ହର୍ବାଲ ଚା, ଚକୋଲେଟ ଚାହାର ସ୍ୱାଦରେ ସେ ବାନ୍ଧି ରଖି ପାରିଛନ୍ତି ନିଜର ଗ୍ରାହକଙ୍କୁ। ତେବେ ତାଙ୍କ ଚାହାର ସ୍ୱାଦରେ ଭାରତୀୟ ଛୁଙ୍କ ପ୍ରସିଦ୍ଧି ଆଣି ଦେଇଛି ଉପମାଙ୍କୁ। ଏଥିସହ ଜଣେ ସଫଳ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଉପମା। ଏଥିପାଇଁ ତାଙ୍କୁ ମିଳିଛି ବିଜନେସ୍ ୱିମେନ୍ ଅଫ ଦି ଇୟର-୨୦୧୬ର ଟାଇଟଲ୍। ଚଣ୍ଡିଗଡର ମୂଳ ବାସିନ୍ଦା ଉପମା ଏବେ ଅଷ୍ଟ୍ରେଲିଆରେ ଓକିଲ ଭାବେ କାମ କରୁଛନ୍ତି।