କୁଆଲାଲୁମ୍‌ପୁରର ପୋଲିସ କମିଶନର ଭାବେ ନିଯୁକ୍ତି ପାଇଲେ ଜଣେ ଶିଖ୍

କୁଆଲାଲୁମ୍‌ପୁର: ଭାରତୀୟ ବଂଶୋଦ୍ଭବ ଜଣେ ଶିଖ୍ ମାଲେସିଆର ରାଜଧାନୀ କୁଆଲାଲୁମ୍‌ପୁରର ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଅମର ସିଂହ ନାମକ ଏହି ଶିଖ୍‌ ଅଧିକାରୀ ଜଣଙ୍କ ପୂର୍ବତନ କମିଶନର ତଜୁଦ୍ଧିନ୍ ମହମ୍ମଦଙ୍କ ସ୍ଥାନରେ ଅବସ୍ଥାପିତ ହେବେ।  ସେ ମାଲେସିଆ ପୋଲିସରେ ସର୍ବୋଚ୍ଚ ପଦବୀ ପାଇଥିବା ଶିଖ୍‌।

ସୂଚନାଯୋଗ୍ୟ, ଅମର ସିଂହଙ୍କ ବାପା ଓ ଅଜା ମଧ୍ୟ ପୋଲିସରେ ରହିଥିଲେ। ପଞ୍ଜାବରୁ ମାଲେସିଆ ଆସିବାର ବର୍ଷକ ପରେ ସଂଘୀୟ ମାଳୟ ପୋଲିସରେ ଯୋଗ ଦେଇଥିଲେ ତାଙ୍କ ବାପା ଇଶାର ସିଂହ। ବିଂଶ ଶତାବ୍ଦିର ଆରମ୍ଭରେ ଅଜା ବଚ୍ଚନ ସିଂହ ଜଣେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ।