ଯାତ୍ରା ନ କରି ବି ୮୦୦୦ କୋଟି ଟଙ୍କା ରେଳ ବିଭାଗକୁ ଦେଇଛନ୍ତି ଯାତ୍ରୀ: ଜାଣନ୍ତୁ କିପରି ରେଲୱେ କରୁଛି ରୋଜଗାର

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ବିନା ଯାତ୍ରା କରାଇ ଗତ ୩ ବର୍ଷ ମଧ୍ୟରେ ୮ ହଜାର କୋଟି ଟଙ୍କା ରୋଜଗାର କରିଛି। ପ୍ରତିବର୍ଷ ରେଳ ବିଭାଗ ଯାତ୍ରୀଙ୍କୁ ଯାତ୍ରା ନ କରାଇ ୨୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛି। ଆରଟିଆଇରୁ ଏହି ସୂଚନା ମିଳିଛି।

ରିଜର୍ଭସନ୍ ଓ ୱେଟିଙ୍ଗ ଟିକଟ୍ କାଟିବାରୁ ରେଳ ବିଭାଗ ଏହି ଟଙ୍କା ରୋଜଗାର କରି ପାରିଛି। ୩ ବର୍ଷରେ ରେଳ ବିଭାଗ ସବୁଠାରୁ ଅଧିକ ଆୟ ୱିଣ୍ଡୋ ୱେଟିଙ୍ଗ ଟିକେଟ୍ ରଦ୍ଦ କରିବାରୁ ପାଇଛି।

ସୂଚନାଯୋଗ୍ୟ, ଟ୍ରେନ୍ ଛାଡିବାର ୪ ଘଣ୍ଟା ପୂର୍ବରୁ ୱିଣ୍ଡୋ ୱେଟିଙ୍ଗ୍ ଟିକଟ୍ କନ୍‌ଫର୍ମ ହୋଇଛି କି ଜଣାଯାଇଥାଏ। ଟ୍ରେନ୍‌ ଛାଡିବାର ଅଧ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଟିକେଟ୍‌ ରଦ୍ଦ କରିବାକୁ ସମୟ ମିଳିଥାଏ। ସମ୍ଭବତଃ ଏହି କାରଣରୁ ୮ କୋଟି ୮୯ ଲକ୍ଷ ୨୪ ହଜାର ୪୧୪ ଯାତ୍ରୀ ଗତ ତିନିବର୍ଷ ମଧ୍ୟରେ ଟିକେଟ୍ ରଦ୍ଦ କରି ପାରିନାହାଁନ୍ତି। ଏଥିରୁ ରେଳ ବିଭାଗ ୪୪୦୪ କୋଟି ଟଙ୍କା ଆୟ କରିପାରିଛି।

ରିପୋର୍ଟ ଓ ଫଟୋ-ଅମର ଉଜାଲା