ପାକ୍ ଗୁଳିରେ ଭାରତର ଜଣେ ଯବାନ ସହିଦ, ୫ ବର୍ଷର ଝିଅ ନିହତ

ନୂଆଦିଲ୍ଲୀ: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ଆଜି ପାକ୍‌ ଗୁଳିରେ  ପୁଣି ଜଣେ ଯବାନ ସହିଦ୍ ହୋଇଛନ୍ତି। ଏଥିରେ ଜଣେ ୫ ବର୍ଷର ଝିଅ ମଧ୍ୟ ନିହତ ହୋଇଛନ୍ତି।  ମୃତ ବାଳିକା ଜଣକ ଜମ୍ମୁ କଶ୍ମୀରିର ପୁଞ୍ଛ ଜିଲ୍ଲାର ହୋଇଥିବା ବେଳେ ଯବାନ ଜଣକ ରାଜକୌରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏଲଓସିର ଭିମ୍ବର ସେକ୍ଟରରେ ଏହି ଅଭାବନୀୟ ଘଟଣା ଘଟିଛି। ଏବେ ବି ଉଭୟ ପକ୍ଷରୁ ଗୁଳିମାଡ଼ ଜାରି ରହିଛି।