ଜାକର୍ତାରେ ସିରିଜ ବିସ୍ଫୋରଣ, ୭ ମୃତ, ୪ ଆତଙ୍କୀ ଗିରଫ

ଜାକର୍ତା: ଇଣ୍ତୋନେସିଆର ରାଜଧାନୀ ଜାକର୍ତାରେ ଗୁରୁବାର ସିରିଜ ବିସ୍ଫୋରଣ ଘଟିଛି।  ପ୍ରେସିଡେନସିଆଲ ପ୍ୟାଲେସ୍, ମିଳିତ ଜାତିସଂଘ କାର୍ଯ୍ୟାଳୟ ଏବଂ ଗୋଟିଏ ମଲ୍ ନିକଟରେ ଲଗାତାର ୬ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ପୋଲିସ ପୋଷ୍ଟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣପରେ ଗୁଳି ବର୍ଷଣର ମଧ୍ୟ ଶବ୍ଦ ଶୁଭିଥିବା ଜଣାପଡ଼ିଛି। ଗୋଟିଏ ବିସ୍ଫୋରଣ ଆତ୍ମଘାତୀ ଥିଲା ବୋଲି କୁହାଯାଉଥିଲେ ହେଁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ଲେଖାଯିବା ସୁଦ୍ଧା କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ ସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି। ସିରିଜ୍ ବିସ୍ଫୋରଣ ପରେ ୪ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି।