ଇଣ୍ଡୋନେସିଆରେ ଡଙ୍ଗା ବୁଡ଼ି ୧୦ ମୃତ

ଜାକର୍ତ୍ତା: ଆଜି ଇଣ୍ଡୋନେସିଆରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୨୧ ଜଣଙ୍କୁ ପାଣିରୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଡଙ୍ଗାରେ କେତେ ଯାତ୍ରୀ ଥିଲେ ତାହା ଜଣାପଡ଼ିନି। ୩୧ରୁ ୩୫ ଥିବା ଅନୁମାନ କରାଯାଉଛି।

ଇଣ୍ଡୋନେସିଆର ଦକ୍ଷିଣ ସୁଲାବେଶୀ ତକଲାରରେ ଢେଉର ପ୍ରଭାବରେ ଡଙ୍ଗାଟି ବୁଡ଼ିଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା।