ଇଣ୍ଡୋନେସିଆ ବୋଟ ଦୁର୍ଘଟଣା ଘଟଣା: ପୁଣି ୭ ମୃତଦେହ ଉଦ୍ଧାର, ୬୪ ନିଖୋଜ

ଜାକର୍ତ୍ତା: ଗତ ସପ୍ତାହରେ ଇଣ୍ଡୋନେସିଆର ହୋଇଥିବା ବୋଟ ଦୁର୍ଘଟଣାରେ ବୁଧବାର ୭ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ବୁଧବାର ସୁଦ୍ଧା ୧୪ଟି ଶବକୁ ଉଦ୍ଧାର କରାଯାଇଛି। ଜୀବିତ ଅବସ୍ଥାରେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ୬୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।