ଭାରତକୁ ଆଉ ନାଲି ଆଖି ଦେଖାଇ ପାରିବନି ଚୀନ: ଜାଣନ୍ତୁ ଦୀର୍ଘତମ ସେତୁର ଆଉ କିଛି ଖାସ କଥା

ଦେଶରେ ଆଜି ସବୁଠାରୁ ଦୀର୍ଘତମ ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ବ୍ରହ୍ମପୁତ୍ରର ଶାଖା ଲୋହିତ ନଦୀ ଉପରେ ନିର୍ମାଣ କରାଯାଇଥିବା  ଏହି ସେତୁର ଲମ୍ୱ  ହେଉଛି ୯.୧୫ କିଲୋମିଟର ।  ସେତୁଟି ଆସାମର ଢୋଲା ଅଞ୍ଚଳରୁ ଅରୁଣାଚଳ ପ୍ରଦେଶର ସାଦିୟା ସହ ସଂଯୋଗ କରିବ।  ତେବେ ଆସନ୍ତୁ ଏହି ଦୀର୍ଘତମ ପୋଲ ସମ୍ପର୍କରେ  ଆଉ କିଛି ତଥ୍ୟ ଜାଣିବା।

୧-ଏହି ସେତୁର ଲମ୍ବ ହେଉଛି ୯.୧୫ କିମି।

୨- ଏହି ସେତୁ ଆସାମର ରୁପାଇ ଠାରୁ ଅରୁଣାଞ୍ଚଳ ପ୍ରଦେଶର ମେକା ମଧ୍ୟରେ ୧୬୫ କିଲୋମିଟର ଦୂରତାକୁ ହ୍ରାସ କରିବ। ଫଳରେ ୬ ଘଣ୍ଟାର ଯାତ୍ରା  ୧ ଘଣ୍ଟାରେ ସମ୍ଭବ ହୋଇ ପାରିବ।

୩- ୨୦୧୧ରୁ ଏହି ପୋଲର କାର୍ଯ୍ୟ ଆରମ୍ଭ ହୋଇ ସରିବାକୁ ୬ ବର୍ଷ ଲାଗିଥିଲା।

୪-ଏହି ପୋଲ ପାଇଁ ୨୦୧୧ରେ ୯୫୦ କୋଟି ଟଙ୍କା ବ୍ୟୟଅଟକଳା କରାଯାଇଥିଲା। ପରେ ୨୦୧୫ରେ ଏହାର ବଜେଟକୁ ୧୫ ହଜାର କୋଟିକୁ ବୃଦ୍ଧି କରାଯାଇଥିଲା।  ଏଥିରେ ପୋଲ ସଂଲଗ୍ନ ରାସ୍ତା କାମ ବି ସାମିଲ ରହିଛି।

୫- ପୋଲ ନିର୍ମାଣ ପୂର୍ବରୁ ଲୋକେ ନଦୀରେ ଗମନାଗମନ କରୁଥିଲେ। କିନ୍ତୁ ଦିନ ବେଳା ଯାତ୍ରା ସମ୍ଭବ ନ ଥିଲା। ଏବେ ସେହି ସମସ୍ୟା ଦୂର ହୋଇଛି।

୬-ଏହି ସେତୁ  ଦ୍ୱାରା ଭାରତୀୟ ସେନା ଲାଭବାନ ହେବ। ଏହି ସେତୁ ଦେଇ ଆସାମରୁ ଅରୁଣାଚଳ  ଏବଂ ଚୀନ ସୀମା ପର୍ଯ୍ୟନ୍ତ କମ୍‌ ସମୟରେ ପହଞ୍ଚି ହେବ। ପୂର୍ବରୁ ଗମନାଗମନ ର ସୁବିଧା ନ ଥିବାରୁ ଭାରତୀୟ ଯବାନମାନେ ଚୀନକୁ ମୁକାବିଲା କରିବାରେ କଷ୍ଟକର ଥିଲା। ଏହି ସୁଯୋଗରେ ଚୀନ ସୈନ୍ୟମାନେ ବାରମ୍ବାର ସୀମାରେ ଉତ୍ପାତ କରୁଥିଲେ। ହେଲେ ଏବେ ଏହି ସେତୁ ଯୋଗୁ ଚୀନକୁ ଜବାବ ଦେବାକୁ  ଭାରତ ସମର୍ଥ ହେବ।

୭- ଏହି ସେତୁ  ଏତେ ମଜଭୁତ ଯେ, ଏହା ଉପରେ ୬୦ ଟନ୍‌ ଓଜନର  ଯୁଦ୍ଧ ଟ୍ୟାଙ୍କ ଯାଇପାରିବ

୮- ଏହା ବଜ୍ରପାତର ଝଟକାକୁ ସହ୍ୟ କରିବାର କ୍ଷମତା ରହିଛି।