ପିତାଙ୍କ ପରିଚୟ କାହିଁକି ଲୁଚାଇ ରଖୁଥିଲେ କୋବିନ୍ଦଙ୍କ ଝିଅ: ଜାଣନ୍ତୁ ସ୍ୱାଭିମାନୀ ସ୍ୱାତିଙ୍କ ସମ୍ପର୍କରେ କିଛି ଖାସ କଥା

ନୂଅଦିଲ୍ଲୀ: ଭାରତର ନୂତନ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ଆଜି ଶପଥ ନେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଗଦିସ୍ ସିଂହ ଖେହେର ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ରାଷ୍ଟ୍ରପତି ଚୟନ ପରେ ଲୋକେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ବେସ୍ ଉତ୍ସୁକ ହେଉଛନ୍ତି। ଏପରିକି ଗୁଗୁଲ୍‌ରେ କୋବିନ୍ଦଙ୍କ ପରିବାର ସଦସ୍ୟଙ୍କର ସମ୍ପୂର୍ଣ୍ଣ ସୂଚନା ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହିପରିପ୍ରେକ୍ଷୀରେ ଆମେ ଆପଣଙ୍କୁ ରମନାଥଙ୍କ ଝିଅ ସ୍ୱାତିଙ୍କ ବିଷୟରେ କିଛି ଅଜଣା କଥା ଜଣାଇବୁ। ଯିଏ ନିଜ ନାଁରେ ପିତାଙ୍କ ସରନେମ୍ କେବେ ଲଗାନ୍ତି ନାହିଁ। ସେହିପରି ସ୍ୱାତିଙ୍କ ବିଷୟରେ ଆଉ କିଛି ତଥ୍ୟ ଆସନ୍ତୁ ଜାଣିବା।

୧: ରମନାଥ କୋବିନ୍ଦଙ୍କ ଝିଅ ସ୍ୱାତି ଜଣେ ଏୟାରହୋଷ୍ଟେସ୍।

୨: ସ୍ୱାତି ଅଷ୍ଟ୍ରେଲିଆ, ୟୁରୋପ ଓ ୟୁଏସ୍ ପରି ଲଙ୍ଗ ରୁଟ୍‌ରେ ଭ୍ରମଣ କରୁଥିବା ବେଳେ ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭ ଏବଂ  ୭୮୭ ରେ କାମ କରନ୍ତି।

୩: ତାଙ୍କର ପିତା ଦେଶର ଭାବି ରାଷ୍ଟ୍ରପତି ହେଉଥିବା ସମ୍ପର୍କରେ ସ୍ୱାତି କେବେ ନିଜ ସହଯୋଗୀଙ୍କୁ ଜଣାଇ ନ ଥିଲେ।

୪: ଏୟାର ଇଣ୍ଡିଆ କର୍ମଚାରୀଙ୍କ କହିବା ଅନୁଯାୟୀ, ସ୍ୱାତି କେବେ ନିଜ ପରିବାରର ରାଜନୈତିକ ପରିଚୟ ଦେଇନାହାନ୍ତି।

୫: ଯେତେବେଳେ ଜଣା ପଡିଲା କି ସ୍ୱାତି କୋଭିନ୍ଦଙ୍କର ଝିଅ ସେମାନଙ୍କ ମନୋବଳ ଉଚ୍ଚ ହୋଇଗଲା।

୬: ପିତାଙ୍କ ପରିଚୟ ଲୁଚାଇବା ସମ୍ପର୍କରେ ସ୍ୱାତି କୁହନ୍ତି ଛୋଟବେଳୁ ହିଁ ମୋ’ ପିତା ମତେ ସ୍ୱାମବଲମ୍ବି ହେବା ପାଇଁ  ଶିଖାଇଥିଲେ।