ଇନଫୋସିସ୍ ବିରୋଧରେ ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ତଥା ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। କମ୍ପାନୀ ନିଜର ଲାଭ ଏବଂ ଆମଦାନୀ ବଢ଼ାଇବାକୁ ଯାଇ ଅନୈତିକ ଉପାୟ ଅବଲମ୍ୱନ କରିଛି ବୋଲି ଜଣେ ଅଭିଯୋଗକାରୀ ଦାବି କରିଛନ୍ତି। ଏନେଇ ଅଭିଯୋଗକାରୀ ୨୦ ସେପ୍ଟେମ୍ୱରରେ ଚିଠି ଲେଖି ଇନଫୋସିସ୍ ବୋର୍ଡକୁ ଅବଗତ କରାଇବା ସହିତ ସେପ୍ଟେମ୍ୱର ୨୭ରେ ଆମେରିକାର ଶେୟାର ବଜାର ରେଗୁଲେଟରୀ ବୋର୍ଡକୁ ଚିଠି ଲେଖିଥିବା ଜଣାପଡ଼ିଛି।

ଚିଠିରେ ଉଲ୍ଲେଖ ରହିଛି ଯେ, ଇନଫୋସିସ୍ ନିଜର ଲାଭ ଏବଂ ଆମଦାନୀ ବଢ଼ାଇବା ପାଇଁ ଅନୈତିକ ଉପାୟ ଅବଲମ୍ୱନ କରିଛି। ଏହି ଅନୈତିକ କାମରେ ଇନଫୋସିସର ସିଇଓ ସଲିଲ ପାରେଖ ଏବଂ ସିଏଫ ସଲିଲ ପାରେଖ ରହିଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଇନଫୋସିସ୍ କମ୍ପାନୀ ଫାଇନାନସିଆଲ ରିପୋର୍ଟ ଦାଖଲ କରିଥିଲା। ଜୁଲାଇ-ସେପ୍ଚେମ୍ୱର ତ୍ରୟମାସିକ ରିପୋର୍ଟରେ ଇନଫୋସିସର ଲାଭ ୫.୮୮ ପ୍ରତିଶତ ବଢ଼ି ୪୦୧୯ କୋଟି ହୋଇଥିଲା। ସେହିପରି କମ୍ପାନୀର ଆମଦାନୀ ୭ ପ୍ରତିଶତ ବଢ଼ି ୨୩, ୨୫୫ କୋଟି ହୋଇଯାଇଥିଲା।