କ’ଣ କୁଳଭୂଷଣଙ୍କୁ ମିଳିବ ନ୍ୟାୟ? ଆଜି ଶୁଣାଣି କରିବେ ଆଇସିଜେ

ନୂଆଦିଲ୍ଲୀ: ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଅାଜି ଶୁଣାଣି କରିବେ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍ ଜଷ୍ଟିସ୍‌ (ଆଇସିଜେ)।

କୁଳଭୂଷଣଙ୍କୁ ଗୁପ୍ତଚର ଦର୍ଶାଇ ପାକିସ୍ତାନ ସେନା କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ତେବେ ଏହି ରାୟକୁ ବିରୋଧ କରି ଭାରତ ପକ୍ଷରୁ ଆଇସିଜେରେ ଅାବେଦନ କରାଯାଇଥିଲା। କୁଳଭୂଷଣଙ୍କୁ ପାକିସ୍ତାନୀ ସେନା ଅପହରଣ କରି ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଲଗାଇଥିବା ଭାରତ ତାର ଅାବେଦନରେ ଦର୍ଶାଇଛି। ଅାଇସିଜେ ଭାରତର ଅାବେଦନକୁ ଗ୍ରହଣ କରିବା ସହ ପାକିସ୍ତାନୀ ସାମରିକ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଛନ୍ତି। କୁଳଭୂଷଣଙ୍କ ମାମଲାରେ ଜାତିସଂଘର ମୁଖ୍ୟ ନ୍ୟାୟିକ ଶାଖାର ରାୟକୁ ଅପେକ୍ଷା କରାଯାଇଛି।

ସୌଜନ୍ୟ- ଆଜ୍‌ତକ୍‌