ଆଇଏନଏକ୍ସ ମିଡିଆ ଓ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ତେବେ ଏହି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା କ’ଣ? କେବେ ଏହା ସାମ୍ନାକୁ ଆସିଥିଲା, ତା’ର ଏକ ଘଟଣାକ୍ରମ:

୨୦୧୭ ମେ ୧୫: ସିବିଆଇ ଏକ ଏଫ୍‌ଆଇଆର ରୁଜୁ କରିଥିଲା। ୨୦୦୭ରେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଣ ପାଇଁ ଏଫ୍‌ଆଇପିବି ନିୟମରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା।

୨୦୧୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହାପରେ ଚିଦାମ୍ବରମଙ୍କୁ ଜେରା କରିବାକୁ ସମନ କରିଥିଲା।
୨୦୧୮, ମେ ୩୦: ସିବିଆଇ ରୁଜୁ କରିଥିବା ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ୍ ପାଇଁ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।
୨୦୧୮, ଜୁଲାଇ ୨୩: ପ୍ରବର୍ତ୍ତନ ନେର୍ଦ୍ଦେଶାଳୟ ଏହି ମାମଲାରେ ରୁଜୁ କରିଥିବା ମନି ଲଣ୍ଡିରିଂ ମାମଲାରେ ଅନ୍ତରୀଣ ଜାମିନ ପାଇଁ ଚିଦାମ୍ବରମ ଆବେଦନ କରିଥିଲେ।
୨୦୧୮, ଜୁଲାଇ ୨୫: ଦୁଇ ମାମଲାରେ ଗିରଫଦାରୀରୁ ହାଇକୋର୍ଟ ଚିଦାମ୍ବରମଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ।
୨୦୧୯, ଜାନୁଆରୀ ୨୫: ଉଭୟ ମାମଲାରେ ହାଇକୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ।
୨୦୧୯, ଅଗଷ୍ଟ ୨୦: ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ଏଥିସହ ସୁପ୍ରିମକୋର୍ଟ ଯିବାକୁ ସେ ୩ ଦିନର ସମୟ ମାଗିଥିଲେ ହେଁ ଏହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଥିଲେ।

୨୦୧୯, ଅଗଷ୍ଟ ୨୧: ହାଇଡ୍ରାମା ପରେ ସିବିଆଇ ଟିମ୍‌ ଚିଦାମ୍ବରମଙ୍କୁ ତାଙ୍କ ଘରୁ ଗିରଫ କରିଥିଲା।