ନିଜ ପତ୍ନୀ ଓ ଝିଅ ଗଣ ବଳାତ୍କାରର ଶିକାର ହେଲେ ଆଜାମଙ୍କ ଆଖି ଖୋଲିବ: ଆଇପି ସିଂହ

ନୂଆଦିଲ୍ଲୀ: ବିଜେପିର ପ୍ରବକ୍ତା ଆଇପି ସିଂହ ଆଜି ଉତ୍ତରପ୍ରଦେଶର ନଗର ବିକାଶ ମନ୍ତ୍ରୀ ଆଜମ ଖାନ୍‌ଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, “ବୁଲନ୍ଦସହର ହାଇୱେ ଉପରେ ୧୨ ବର୍ଷର ଝିଅ ଓ ତା’ର ମା ଯେପରି ଗଣ ବଳାତ୍କାରର ଶିକାର ହେଲେ ଆଜମଙ୍କ ପତ୍ନୀ ଓ ତାଙ୍କ ଝିଅ ସହ ସେପରି ଘଟଣା ଘଟିଲେ ତାଙ୍କ ଆଖି ଖୋଲିବ।”

ଆଜାମ  ଏହି ଗଣ ବଳାତ୍କାର ପଛରେ ବିରୋଧିଙ୍କ ହାତଥିବା ସନ୍ଦେହ ପ୍ରକଟ କରିଥିଲେ। ଆଗକୁ ନିର୍ବାଚନ ଥିବାରୁ ବିରୋଧୀ କ୍ଷମତା ହାସଲ କରିବା ଉଦ୍ଦେଶ୍ୟରେ ସରକାରଙ୍କୁ ବଦନାମ କରିବାକୁ ଏପରି କୁକର୍ମ କରି ଥାଇପାରନ୍ତି ବୋଲି ସେ କହିଥିଲେ। ଏପରିକି କ୍ଷମତା ପାଇଁ  ବିରୋଧୀ  ଯେ କୌଣସି ସ୍ତରକୁ ଖସି ଯାଇ ପାରିବ ବୋଲି ଅଭିଯୋଗ କରିଛନ୍ତି।