ସରକାର ବନାମ ବାବୁ: ୟୁପିରେ ଆଇପିଏସ୍‌ ନିଲମ୍ବିତ

ଲକ୍ଷୌ: ଉତ୍ତରପ୍ରଦେଶର ଚର୍ଚ୍ଚିତ ଆଇପିଏସ ଅଫିସର ହିମାଂଶୁ କୁମାରଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କୌଣସି ସୂଚନା ନଦେଇ କାର୍ଯ୍ୟରୁ ଗାଏବ ରହିଥିବାରୁ ଏହି ନିଲମ୍ବନ ଆଦେଶ ଦିଆଯାଇଛି । ବିଜେପି ସରକାର ଆସିବା ପରେ ସୋସିଆଲ ମିଡିଆରେ ସରକାରଙ୍କ ଜାତିଆଣ ନୀତି ସଂପର୍କରେ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ରହିଥିଲେ । ଟ୍ୱିଟର୍‌ରେ ଲେଖିଥିଲେ ଯେ, ବିଜେପି ସରକାର ଆସିବା ପରେ ଯାଦବ ସାଙ୍ଗିଆ ଥିବା ବ୍ୟକ୍ତିଙ୍କୁ  ନିଲମ୍ବନ କରାଯିବା ସହ ଦୁର୍ଗମ ଅଞ୍ଚଳକୁ ବଦଳି କରାଯିବାର ସମ୍ଭାବନ ରହିଛି। ପରେ ହିମାଂଶୁ ଟ୍ୱିଟର୍‌ରୁ ଏହାକୁ ହଟେଇ ଦେଇଥିଲେ । ହେଲେ ପ୍ରକୃତ କଥା ଏହା ଯେ ୟୁପିରେ ବିଜେପି ସରକାର ଆସିବା ପର ଠାରୁ କୌଣସି ବଡଧରଣର ଅଦଳବଦଳ କିମ୍ବା ନିଲମ୍ବନ ଭଳି ଖବର ସମ୍ନାକୁ ଆସିନାହିଁ।  ତେବେ ହିମାଂଶୁଙ୍କ ଏହି ଟ୍ୱିଟ୍‌ ପାଇଁ  ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯାଇଥିଲା ।