ଦୁଇ ଦିନରେ ୪ଟି ମିଶାଇଲ୍‌ର ସଫଳ ଉତ୍‌କ୍ଷେପଣ କଲା ଇରାନ୍

ତେହେରାନ୍: ଇରାନ୍‌ର ଇସଲାମିକ୍‌ ରିଭୋଲ୍ୟୁସନ ଗାର୍ଡ କରପ୍ସ (ଆଇଆରଜିସି) ବୁଧବାର ଆଉ ଦୁଇଟି ବାଲିଷ୍ଟିକ୍‌ ମିଶାଇଲର ସଫଳ ଉତ୍‌କ୍ଷେପଣ କରିଛି। ଏହି ଦୁଇ ମିଶାଇଲର ନାମ ରହିଛି କ୍ୱାଦର-ଏଚ୍‌ ଓ ଇକ୍ୱେଦର-ଏ-ଭେଲାୟତ୍‌। ମଙ୍ଗଳବାର ଦିନ ମଧ୍ୟ ଇରାନ୍‌ ଦୁଇଟି ମିଶାଇଲର ସଫଳ ଉତ୍‌କ୍ଷେପଣ କରିଥିଲା।

ଏନେଇ ଆମେରିକାର ହ୍ୱାଇଟ୍‌ ହାଉସ୍‌ ମୁଖପାତ୍ର ଜୋସ୍‌ ୟରନ୍ନାଷ୍ଟ କହିଛନ୍ତି ଯେ ଇରାନ ପକ୍ଷରୁ କରାଯାଇଥିବା ମିଶାଇଲ ଟେଷ୍ଟ ଅନ୍ତର୍ଜାତୀୟ ଆଣବିକ ଚୁକ୍ତିକୁ ଖିଲାପ କରିନାହିଁ।