ବାକିରେ ବୁକ୍ କରିପାରିବେ ରେଳ ଟିକେଟ୍‌; ଆଇଆରସିଟିସିର ନୂଆ ସର୍ଭିସ୍

ନୂଆଦିଲ୍ଲୀ: ଯଦି ଆପଣ ରେଳରେ ଯାତ୍ରା କରିବାକୁ ଚାହୁଁଛନ୍ତି, ତା’ହେଲେ ବାକିରେ ଟିକେଟ୍ ବୁକ୍ କରିପାରିବେ। ଇଣ୍ଡିଆନ୍ ରେଲୱେ କ୍ୟାଟ୍‌ରିଂ ଆଣ୍ଡ ଟ୍ରାଭେଲ୍ କୋର୍ପୋରେସନ୍ (ଆଇଆରସିଟିସି) ଏହି ସର୍ଭିସ୍‌ ଆରମ୍ଭ କରିଛି।

ମୁମ୍ବାଇ ମିରରରେ ପ୍ରକାଶିତ ଏକ ଖବର ଅନୁସାରେ, ଆଇଆରସିଟିସି ‘ବୁକ୍ ନାଓ ପେ ଲେଟର’ ସ୍କିମ୍‌ରେ ଏହି ସୁବିଧା ଆରମ୍ଭ କରିଛି। ଏହି ସ୍କିମ୍ ଅନୁସାରେ ଯାତ୍ରା କରିବାର ୫ ଦିନ ପୂର୍ବରୁ ଟିକେଟ୍ ବୁକ୍ କରିବାକୁ ପଡ଼ିବ। ଟଙ୍କା ପେମେଣ୍ଟ କରିବାକୁ ଯାତ୍ରୀଙ୍କୁ ୧୪ ଦିନ ସମୟ ମିଳିବ। ତେବେ ଯାତ୍ରୀଙ୍କୁ ଏଥିପାଇଁ ଟିକେଟର ମୂଳ ଦରର ୩.୫% ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।

କମ୍ପାନୀ ଏହି ସର୍ଭିସ୍‌କୁ ୧୫ ଦିନ ପୂର୍ବରୁ ଆରମ୍ଭ କରିଥିଲା। ଇତି ମଧ୍ୟରେ ୫୦ ଜଣ ଲୋକ ଏହି ସେବାରେ ସାମିଲ ହୋଇ ସାରିଛନ୍ତି।

ଏହି କମ୍ପାନୀର ପ୍ରତିନିଧି ସନ୍ଦୀପ ଦତ୍ତା କହଛନ୍ତି,“ଯଦି କୌଣସି ବ୍ୟକ୍ତି ୧୪ ଦିନ ମଧ୍ୟରେ ଟଙ୍କା ନ ଦିଅନ୍ତି ତା’ହେଲେ ତାଙ୍କ ଉପରେ ଫାଇନ ଲଗାଯିବ। ତାଙ୍କୁ ସେତେ ଦିନ ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିବାକୁ ଦିଆଯିବ ନାହିଁ ଯେତେ ଦିନ ପର୍ଯ୍ୟନ୍ତ ସେ ବାକି ଟଙ୍କା ଦେବେ ନାହିଁ। ଯଦି କେହି ବାରମ୍ବାର ଏଭଳି କରିବେ ତାଙ୍କ ଆକାଉଣ୍ଟ କ୍ୟାନ୍‌ସେଲ କରି ଦିଆଯିବ।”

ରିପୋର୍ଟ- ଅମର ଉଜାଲା