ରାଜନୀତି ଛାଡ଼ିବେ ଇରମ ଶର୍ମିଲା

ମଣିପୁର: ରାଜନୀତିକୁ ନା। ନିର୍ବାଚନ ହାରି ଯିବା ପରେ ରାଜନୀତି ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛନ୍ତି ଇରମ ଶର୍ମିଲା। ମାନବାଧିକାର କର୍ମୀ ତଥା  ଆଇରନ ଲେଡି ଭାବେ ପରିଚିତ ଇରମ ସବୁ ପ୍ରକାର ରାଜନୀତିରୁ ଦୂରେଇ ରହିବେ  ବୋଲି କହିଛନ୍ତି।  ଏପରିକି ଭବିଶ୍ୟତରେ ମଧ୍ୟ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ତେବେ ଦେଶରେ ଥିବା ସବୁ ପ୍ରକାର ଜନ ବିରୋଧି ତଥା କଠୋର ଆଇନ ବିରୋଧରେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି। ଇରମ ଦୀର୍ଘ ୧୬ ବର୍ଷ ଧରି ଆର୍ମଡ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟ (ଏଫଏସପି) ବିରୋଧରେ ଆନ୍ଦୋଳନ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ମଣିପୁର ଥୋବାଲ ବିଧାନସଭା ନିର୍ବାଚନ ମଣ୍ଡଲୀରୁ ଶର୍ମିଲା ଲଢି ପରାଜିତ ହୋଇଛନ୍ତି।