ହାରିଗଲେ ଆଇରନ୍ ଲେଡି ଇରମ୍, ୧୦୦ ଭୋଟ୍ ବି ମିଳିଲାନି

ମାନବାଧିକାର କର୍ମୀ ତଥା ଆଇରନ୍ ଲେଡି ଭାବେ ଜଣାଶୁଣା ଇରମ୍‌ ଶର୍ମିଳା ଲୋକଙ୍କ ଆସ୍ଥା ଜିତିବାରେ ବିଫଳ ହୋଇଛନ୍ତି। ଆଫ୍‌ସ୍ପା (ଆର୍ମଡ୍‌ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟ) ବିରୋଧରେ ୧୬ ବର୍ଷ ଧରି ଅନଶନ କରିବା ପରେ ରାଜନୀତିରେ ପାଦ ଥାପି ଥିବା ଇରମ ପାଇଛନ୍ତି ମାତ୍ର ୯୦ ଖଣ୍ଡ ଭୋଟ୍‌। ସେ ମଣିପୁର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍ରାମ ଇବୋବି ସିଂହଙ୍କ ବିରୋଧରେ ଛିଡ଼ା ହୋଇଥିଲେ। ଇବୋବି ୧୮,୬୪୯ ଭୋଟ୍ ପାଇଛନ୍ତି। ନୋଟା (ନନ୍‌ ଅଫ୍‌ ଦି ଏବୋଭ୍‌)ରେ ୧୪୩ ଜଣ ଭୋଟ୍ ଦେଇଥିବା ବେଳେ ଇରମଙ୍କୁ ସେଥିରୁ ବି କମ୍ ଭୋଟ୍ ମିଳିଛି।