ଯୁଦ୍ଧକୁ ଡରିଲାଣି କି ଚୀନ୍‌? ବୁଝି ସାରିଲାଣି ଭାରତ ସହିତ ଯୁଦ୍ଧ କଲେ ଖାଲି କ୍ଷତି ହିଁ କ୍ଷତି  

ନୂଆଦିଲ୍ଲୀ:  ପ୍ରାୟ ଦୁଇ ମାସ ହେଲାଣି ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା। ଚୀନ ଭାରତ ଉପରେ ଆକ୍ରମଣ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ମଧ୍ୟ ଚଳାଇଥିବା ଖବର ବିଭିନ୍ନ ସମୟରେ ଆସିଛି। ହେଲେ ଯୁଦ୍ଧ ପରେ ସୃଷ୍ଟି ହେବାକୁ ଥିବା ସ୍ଥିତିକୁ ଆଖି ଆଗରେ ରଖି ଚୀନ ଏବେ ଡରିଯାଇଛି। ଏହି କାରଣରୁ ଚୀନ କୌଣସି ବି ଯୁଦ୍ଧଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛି। ଭାରତ ସହ ଯୁଦ୍ଧ କଲେ କୌଣସି ଲାଭ ହେବ ନାହିଁ କେବଳ କ୍ଷତି ହେବ ବୋଲି ଚୀନ ସରକାର ଚିନ୍ତା କରିଛନ୍ତି। କିଛି ଜାତୀୟ ଗଣମାଧ୍ୟମରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ ଇତି ମଧ୍ୟରେ ଭାରତ ସହିତ ଯୁଦ୍ଧ କଲେ କ’ଣ ପରିଣାମ ହୋଇପାରେ ତା’ ଉପରେ ଚୀନ ସରକାର ଏକ ଆକଳନ କରିଥିଲେ। ଏଥିରୁ ସରକାର ଜାଣିବାକୁ ପାଇଲେ ଯେ ଯୁଦ୍ଧ ହେଲେ ଏଥିରୁ ତାଙ୍କୁ କିଛି ଲାଭ ମିଳିବ ନାହିଁ। କେବଳ ଯବାନଙ୍କ ଜୀବନ ଯିବ ଏବଂ ଭିତ୍ତିଭୂମି ନଷ୍ଟ ହେବ।

ଜୁନ୍ ୨୬ ତାରିଖରୁ ଭାରତ-ଚୀନ୍-ଭୁଟାନ ମଧ୍ୟରେ ଅବସ୍ଥିତ ଡୋକଲାମକୁ ନେଇ ବିବାଦ ଲାଗି ରହିଛି। ଡୋକଲାମରେ ଚୀନ ଚାଲିଥିବା ରାସ୍ତା କାମକୁ ଭାରତ ଅଟକାଇ ଦେଇଥିଳା। ଏହାକୁ ନେଇ ସେଠାରେ ଉତ୍ତେଜନା ସ୍ଥିତି ଜାରି ରହିଛି। ଆମେରିକା, ଜାପାନ ଭଳି ରାଷ୍ଟ୍ର ଭାରତକୁ ସମର୍ଥନ କରିବା ପରେ ଏହାର ଶକ୍ତି ବଢ଼ିଯାଇଛି। ଇତିମଧ୍ୟରେ ଭୁଟାନ ମଧ୍ୟ କହିଛି ଯେ ଡୋକଲାମ ଏହାର ଅନ୍ତର୍ଭୁକ୍ତ। ତେଣୁ ଭାରତର ବଳ ମିଳି ଯାଇଛି।

କଥାବାର୍ତ୍ତା ମାଧ୍ୟମରେ ଏହି ବିବାଦର ସମାଧାନ କରିବା ପାଇଁ ଆମେରିକା ଓ ରୁଷ ଭଳି ରାଷ୍ଟ୍ର ଭାରତ ସହିତ ଚୀନକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ- ଚୀନ୍‌କୁ ଝଟକା: ଆମେରିକା ପରେ ଜାପାନ ମଧ୍ୟ ଭାରତକୁ ସମର୍ଥନ ଘୋଷଣା କଲା