ଗୁଳି ମାରିଲେ, ଗଳା କାଟିଲେ : ସୋମାଲିଆରେ ୭୦ ନର ସଂହାର, ଘଟଣା ପଛରେ ଆଇଏସ ହାତ

ନୂଆଦିଲ୍ଲୀ: ବୋମା ପକାଇଲେ। ଗୁଳି ମାରିଲେ ଏବଂ ଗଳାକାଟିଲେ।  ଏମିତି ଢଙ୍ଗରେ ସଂହାର ଲୀଲା କରିଛନ୍ତି ଆତଙ୍କବାଦୀ। ସୋମାଲିଆର ପୁଣ୍ଟଲ୍ୟାଣ୍ଡରେ ଥିବା ସେନା ଶିବିରରେ ଏହି ଆକ୍ରମଣ ହୋଇଥିବା ଗରୁବାର ସ୍ଥାନୀୟ ପ୍ରଶାସନ କହିଛି। ଏହି ଭୟାନକ ଆକ୍ରମଣରେ ୭୦ ଜଣ ପ୍ରାଣ ହରାଇଛନ୍ତି। ଅଲ-ସହିବା ନାମକ ଆତଙ୍କବାଦୀ ଗୋଷ୍ଠୀ ଏହି ଲୋମହର୍ଷଣ କାଣ୍ଡ ଘଟାଇଛନ୍ତି। ଅଲ-ସହିବା ହେଉଛି ଆଇଏସ(ଇସ୍‌ଲାମିକ୍‌ ଷ୍ଟେଟ) ସଙ୍ଗଠନର ସମର୍ଥିତ ଏକ ଗୋଷ୍ଠୀ  ।

ଅଲ୍‌କଏଦା ସଙ୍ଗଠନ ପରିଚାଳିତ ଆଇଏସ ପ୍ରରୋଚନାରେ ଏହି ଅଭାବନୀୟ କାଣ୍ଡ ଘଟିଥିବା କୁହାଯାଉଛି। ମୃତଙ୍କ ମଧ୍ୟରେ ବହୁ ସାଧାରଣ ଲୋକ ଅଛନ୍ତି। ଆତଙ୍କବାଦୀମାନେ ସେନା ଶିବିରର  ଚାରିପଟୁ ଘେରି ବଡ଼ଧରଣର ବିସ୍ଫୋରଣ କରିଥିଲେ। ଏହି ସମୟରେ ଆଖପାଖ ଅଞ୍ଚଳର ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲେ। କାହାକୁ ଗୁଳି କରିଥିଲେ ତ କାହା ମୁଣ୍ଡ କାଟି ହତ୍ୟା କରିଥିଲେ। ଏଥିରୁ ନାରକୀୟ କାଣ୍ଡରୁ ମହିଳାମାନେ ବି ବର୍ତ୍ତି ନ ଥିଲେ।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌