ସୁଜାତଙ୍କ ହତ୍ୟା ପଛରେ ଆଇଏସ୍ଆଇ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ପଛରେ ରହିଛି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇର ହାତ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସୁଜାତଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଉପତ୍ୟକାରେ ବିଚ୍ଛନ୍ନତାବାଦୀ ସଂଗଠନ ହୁରିୟତ ଏବଂ ଆଇଏସ୍ ମଧ୍ୟରେ ଏନେଇ ଯୋଜନା ପ୍ରସ୍ତୁତ ହୋଇଥିଲା।

ଗତ କିଛିଦିନ ତଳେ ଶ୍ରୀନଗରର ହସ୍ପିଟାଲରୁ ଫେରାର ହୋଇଥିବା ଆତଙ୍କବାଦୀ ନାଭେଦ୍ ଜଟ୍ଟ ଏହି ହତ୍ୟାକାଣ୍ଡ ପଛରେ ରହିଛି। ସୁଜାତଙ୍କ ହତ୍ୟା ବେଳର ସିସିଟିଭି ଫୁଟେଜ୍‌ରେ ନାଭେଦର ସଂପୃକ୍ତି ନଜରକୁ ଆସୁଛି। କିଛିଦିନ ଧରି ନାଭେଦ୍ ପଡୋଶୀ ରାଷ୍ଟ୍ରର ଗୁଇନ୍ଦା ବିଭାଗ ସହ ଯୋଗାଯୋଗରେ ଥିବା ଭାରତୀୟ ଗୁଇନ୍ଦା ବିଭାଗକୁ ସୁରାଗ ମିଳିଥିଲା। ଭାରତ ସରକାର ରମଜାନ୍ ମାସ ଥିବାରୁ ସେନାର ଗୁଳି ଚାଲଣା ଉପରେ କଟକଣା ଜାରି କରିଥିଲେ। ଯାହାକୁ ସମର୍ଥନ କରିଥିଲେ ସୁଜାତ। ଏହାସହ ବିଭିନ୍ନ ଶାନ୍ତି ପ୍ରସଙ୍ଗରେ ସୁଜାତଙ୍କ ଆଭିମୁଖ୍ୟ ଉପତ୍ୟକାରେ ବିଚ୍ଛିନ୍ନତାବାଦୀ ନେତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା।