ଆଇଏସ୍‌ଆଇଏସ୍‌ ଆତଙ୍କୀ ମୃତ

ଲକ୍ଷ୍ମୌ: ଲକ୍ଷ୍ମୌର ଠାକୁରଗଞ୍ଜ ଅଞ୍ଚଳରେ ଲୁଚି ରହିଥିବା ସନ୍ଦିଗ୍ଧ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ  ଆତଙ୍କବାଦୀକୁ ମାରିବାରେ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି। ମୃତ ଆତଙ୍କବାଦୀର ନାଁ ସୈଫୁଲ୍ଲା। ସେ ଆଇଏସ୍‌ଆଇଏସ୍‌ ଖୋରସାନ୍‌ ମଡ୍ୟୁଲର ସଦସ୍ୟ ବୋଲି ଜଣାପଡିଛି। ଗତକାଲି ମଧ୍ୟପ୍ରଦେଶର ଜବ୍ରୀ ରେଳ ଷ୍ଟେସନ୍‌ରେ ଭୋପାଲ-ଉଜ୍ଜନ ପ୍ୟାସେଞ୍ଜର ଟ୍ରେନ୍‌ରେ ହୋଇଥିବା ବିସ୍ଫୋରଣରେ ସୈଫୁଲ୍ଲାର ହାତ ଥିବା ସନ୍ଦେହ କରାଯାଉଛି।

ଗତକାଲି ପ୍ରାୟ ପ୍ରାୟ ୧୧ ଘଣ୍ଟା ଧରି ଏଟିଏସ୍‌ର ଅପରେସନ୍‌ ଜାରି ରହିଥିଲା। ମୃତ ସୈଫୁଲ୍ଲାଠାରୁ ବନ୍ଧୁକ ଜବତ କରାଯାଇଛି।