ଏଠି ନାରୀମାନଙ୍କୁ ହଁ , ପୁରୁଷଙ୍କୁ ନା

ଥରେ ଭାବନ୍ତୁ ତ’ ଯଦି ଆପଣ ଏମିତି ଏକ ସ୍ଥାନ ବିଷୟରେ ଶୁଣିବେ ଯେଉଁଠି କି କେବଳ ନାରୀମାନେ ଯାଇପାରୁଥିବେ । ଆଉ ପୁରୁଷମାନଙ୍କୁ ବାରଣ ଥିବା। ପ୍ରଥମେ ଟିକେ ଅଡୁଆ ଲାଗିବା ସହ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ଯାହା ହେଲେ ବି କଥାଟା ସତ। ଆମେ ଆଜି ଆପଣଙ୍କୁ ଏମିତି ଏକ ସ୍ଥାନ ବା ଆଇ ଲାଣ୍ଡ୍‌ ବିଷୟରେ କହିବୁ  ଯେଉଁଠିକୁ କେବଳ ନାରୀମାନଙ୍କୁ ହିଁ ଯିବାର ଅନୁମତି ଥାଏ।  ସେଠାକୁ ପୁରୁଷମାନଙ୍କୁ ଯିବା ନିଷେଧ।

ଏହି ଆଇଲ୍ୟାଣ୍ଡଟି ଫିନ୍‌ଲ୍ୟାଣ୍ଡରେ ବାଲ୍ଟିକି ସି ପାଖରେ ଅବସ୍ଥିତ। ଏହାର ନାଁ ହେଉଛି ସୁପର ସି ଆଇଲାଣ୍ଡ। ସେଠାରେ ମହିଳାମାନଙ୍କୁ କୌଣସି କାମ କରିବାକୁ ବାରଣ ନ ଥା କି ପୋଷାକପତ୍ରରେ କିଛି କଟକଣା ନ ଥାଏ। ମହିଳାମାନେ ସେଠାକୁ ଯାଇ ନିଜ ପସନ୍ଦର ଖାଦ୍ୟ ଖାଇବା ସହ ଯୋଗ  ଓ ଧ୍ୟାନ କରିପାରିବେ। ଏଠାରେ ମହିଳାମାନଙ୍କ ପାଇଁ ସବୁପ୍ରକାର ସୁବିଧା ଉପଲବ୍ଧ କରାଯାଇଛି। ଏଠାରେ ପ୍ରକୃତି ନିକଟରେ ରହିବାର ଅନୁଭବ ହୋଇଥାଏ।  ସବୁ ଯାଗାରେ ମହିଳାମାନେ ସବୁ କାମ କରିବାର ସ୍ୱାଧୀନତା ମିଳେ ନାହିଁ। ପ୍ରତି କଥାରେ ପୁରୁଷମାନେ ମୁଣ୍ଡ ଖେଳାନ୍ତି।  ସେ ସବୁ ଦୃଷ୍ଟିକୋଣରୁ ଉପରୋକ୍ତ ସ୍ଥାନଟି ମହିଳାଙ୍କ ପାଇଁ  ଅତି ଖାସ, ଯେଉଁଠି ବିନା କୌଣସି ପ୍ରତିବନ୍ଧକ ଓ ବାଧାବିଘ୍ନରେ ଜୀବନକୁ ଉପଭୋଗ କରିପାରିବେ।