ଇତିହାସ ଅପେକ୍ଷାରେ ଇସ୍ରୋ

ଶ୍ରୀହରିକୋଟ୍ଟା: ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଯୋଜନା ମୁତାବକ ସବୁ ଠିକ୍‌ ରହିଲେ ଆସନ୍ତା ୧୫ ତାରିଖ ସକାଳେ ମହାକାଶକୁ ଏକାଥରକେ ୧୦୪ଟି ଉପଗ୍ରହ ପ୍ରେରଣ କରି ଏହି ସଫଳତା ହାସଲ କରିବ ଇସ୍ରୋ। ଏଥିରେ ୩ଟି ଭାରତୀୟ ଉପଗ୍ରହ ଥିବା ବେଳେ ବାକି ୧୦୧ଟି ବିଦେଶୀ। ପିଏସ୍‌ଏଲ୍‌ଭି ରକେଟ୍‌ ସହାୟତାରେ ଏହି ଉଦ୍‌କ୍ଷେପଣ କରାଯିବ।

ପୂର୍ବରୁ ଅନ୍ୟ କୌଣସି ଦେଶ ଏତେ ସଂଖ୍ୟାରେ ଉପଗ୍ରହ ମହାକାଶକୁ ପଠାଇ ନାହାନ୍ତି। ପୂର୍ବରୁ ଇସ୍ରୋ ଏକାଥରେ ୨୦ଟି ଉପଗ୍ରହ ମହାକାଶକୁ ପଠାଇଛି। ଗୋଟିଏ ଫ୍ଲାଇଟରେ ସର୍ବାଧିକ ୩୭ଟି ଉପଗ୍ରହ ପଠାଇବାର ରେକର୍ଡ ରୁଷିଆ ନାଁରେ ରହିଛି।