ଆସନ୍ତାକାଲି ଉତକ୍ଷେପଣ ହେବ ଆଇଆରଏନ୍ଏସ୍ଏସ୍-୧

ଶ୍ରୀହରିକୋଟ୍ଟା: ଆସନ୍ତାକାଲି ଇସ୍ରୋ ଭାରତୀୟ କ୍ଷେତ୍ରୀୟ ନୌବାହିନୀ ଉପଗ୍ରହ ପ୍ରଣାଳୀ ଶୃଙ୍ଖଳାର ପଞ୍ଚମ ଉପଗ୍ରହ ଆଇଆରଏନ୍ଏସ୍ଏସ୍-୧ ଉତକ୍ଷେପଣ ହେବ। ପିଏସ୍ଏଲଭି-ସି ୩୧ ଜରିଆରେ ଏହାକୁ ଉତକ୍ଷେପଣ କରାଯିବ। ପୂର୍ବାହ୍ନ ୯ଟା ୩୧ ମିନିଟରେ ଏହାକୁ ଉତକ୍ଷେପଣ  କରାଯିବ। ଏଥିପାଇଁ ଏହାର ୪୮ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ଏହି ଉପଗ୍ରହକୁ ଛଡ଼ାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି।