ଆଇଏସର ପୁଣି ଏକ ବୀଭତ୍ସ କାଣ୍ଡ: ନିଜ ସମାଧି ଗାତ ‌ଖୋଳାଇ ବନ୍ଧକଙ୍କୁ ହତ୍ୟା କରି ପୋତିଲେ

କାହିରା:  ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କୀ ସଙ୍ଗଠନ ଆଇଏସ‌ର ପୁଣି ଏକ ବିଭତ୍ସ ରୂପ ଦେଖିବାକୁ ମିଳିଛି। ନିକଟରେ ଏହି ସଙ୍ଗଠନ ଏକ ନୂଆ ଫଟୋ ଜାରି କରିଛି। ଏଥିରେ ଆଇଏସ ବନ୍ଧକ ରହିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ସମାଧି ପାଇଁ ଗାତ ଖୋଳାଇଥିଲେ। ଏହାପରେ ତାଙ୍କୁ ଗୁଳିକରି ହତ୍ୟା କରିବା ସହ ଉକ୍ତ ସମାଧି ଗାତରେ ପୋତା ଯାଇଥିବା ଫଟୋ ଜାରି କରାଯାଇଛି ।

ମୃତ ବ୍ୟକ୍ତି ଜଣକ ଇଜରାଇଲର ଗୁଇନ୍ଦାବିଭାଗରେ କାମ କରୁଥିଲା ବୋଲି ଆଇଏସ‌ ସଙ୍ଗଠନ ଅଭିଯୋଗ କରିଛି । ଏକ ରିପୋର୍ଟ ଅନୁସାରେ ସିନାଇ ପ୍ରାନ୍ତରେ ଏହି ନୃଶଂସ ହତ୍ୟା କରାଯାଇଛି। ଏହି ଫଟୋରେ କମଳା ରଙ୍ଗର ଜଙ୍କସୁଟ‌ ପିନ୍ଧିଥିବା ବନ୍ଧକ ନିଜ ପାଇଁ ସମାଧି ଗାତ ଖୋଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମାରଣାସ୍ତ୍ର ଧରି ଆଇଏସ‌ ଆତଙ୍କୀ ନିକଟରେ ଠିଆ ହୋଇଛନ୍ତି । ସେହିପରି ବନ୍ଧକଙ୍କୁ ମାରିବା ପୂର୍ବରୁ ଆଇଏସ‌ ତାର ସାକ୍ଷାତକାର ନେଇଥିଲା।