ଇସ୍ରୋକୁ ଝଟକା: ଅନ୍ତରୀକ୍ଷରେ ନିଖୋଜ ହୋଇଗଲା GSAT-6A

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ପରିଷଦ (ଇସ୍ରୋ) ଲାଗିଛି ଝଟକା। ଗତ ୨୯ ତାରିଖରେ ଅନ୍ତରୀକ୍ଷକୁ ପଠାଯାଇଥିବା କମ୍ୟୁନିକେସନ ସାଟେଲାଇଟ୍‌ GSAT-6A ସହ ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅନ୍ତରୀକ୍ଷକୁ ଯିବାର ୪୮ ଘଣ୍ଟା ପରେ ଏହା ନିଖୋଜ ହୋଇଯାଇଛି। ଉପଗ୍ରହ ସହ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରାଯାଉଛି, ହେଲେ ଏଥିରେ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ।

ଇସ୍ରୋ ପକ୍ଷରୁ କୁହାଯାଇଛି, “ଗୁରୁବାରକୁ ଉତ୍‌କ୍ଷେପଣ ହୋଇଥିବା GSAT-6A ସହ ଆମ ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ପୁଣି ଥରେ ସମ୍ପର୍କର ସ୍ଥାପନ ପାଇଁ ଚେଷ୍ଟା କରୁଛୁ।”

ଇସ୍ରୋ ପକ୍ଷରୁ ଆହୁରି କୁହାଯାଇଛି, “ ୩୧ ତାରିଖ ସକାଳେ Fluid adult motor ପାଖାପାଖି ୫୩ ମିନିଟ ଚାଲି GSAT-6Aକୁ ଦ୍ୱିତୀୟ କକ୍ଷପଥ ପର୍ଯ୍ୟନ୍ତ ସଫଳତାର ସହ ପହଞ୍ଚାଇଥିଲା। ଆଜି ତୃତୀୟ ଓ ଶେଷ ଥର Fluid adult motor ସହାୟତାରେ ଏହା ଅନ୍ତିମ ଲକ୍ଷ୍ୟରେ ପହଞ୍ଚିଥାନ୍ତି। ପରେ ଏହା ନିଜ କକ୍ଷପଥରେ ବୁଲିଥାନ୍ତି।

ଉପଗ୍ରହ ସମ୍ପନ୍ଧୀୟ ସବୁ ସ୍ତରର ଗତିବିଧି ସୂଚନା ଇସ୍ରୋ ନିଜ ୱେବସାଇଟ୍‌ରେ ଦେଇଥାଏ। ହେଲେ ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣକୁ ନେଇ ଇସ୍ରୋ ଚୁପ ରହିଥିଲା। ଯାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା।

ଉପଗ୍ରହର ମଲଟି ବିମ୍‌ କଭରେଜ ସୁବିଧା ଜରିଆରେ ଭାରତକୁ ମୋବାଇଲ ସଞ୍ଚାର ବଢ଼ାଇବାକୁ ସୁବିଧା ମିଳିବ। ଏହି ସାଟେଲାଇଟ୍‌, ଉପଗ୍ରହ ପରୀକ୍ଷଣ ବେଳେ ମୋବାଇଲ୍‌ କମ୍ୟୁନିକେଶନ ଉପକରଣ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିବ।