ଲାଲୁ ହାତେଇଛନ୍ତି ହଜାରେ କୋଟିର ବେନାମୀ ସମ୍ପତ୍ତି : ଏକ ସଙ୍ଗେ ୨୨ଟି ସ୍ଥାନରେ ଆୟକର ଚଢଉ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ  ଲାଲୁପ୍ରସାଦ ଯାଦବଙ୍କ ସମ୍ପତ୍ତି ଉପରେ  ଆୟକର ବିଭାଗର ଚଢଉ । ହଜାରେ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଲାଲୁଙ୍କର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ତଥା ୨୨ଟି ଜାଗାରେ ଆୟକର ପକ୍ଷରୁ ଖୋଳତାଡ଼ କରାଯାଇଛି। ଏଥିସହ ଜମିଜମା ସମ୍ପର୍କରେ ଲାଲୁଙ୍କ ସହ ନିବିଡ଼ ସମ୍ପର୍କ ଥିବା କେତେକ ବ୍ୟବସାୟଙ୍କ ଘରେ  ମଧ୍ୟ ଚଢାଉ  କରାଯାଇଛି। ଦିଲ୍ଲୀ, ଗୋଡ଼ ଗାଁଉରେ ଥିବା ଏସବୁ ସମ୍ପତ୍ତି ଉପରେ ଏକକାଳୀନ ରେଡ୍‌ କରାଯାଇଛି।

ଟ୍ୟାକ୍ସ ଫାଙ୍କି ଲାଲୁ ଏହି ବେଆଇନ କାରବାର କରିଥିବା ଆୟକର ବିଭାଗ ନିକଟରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଏହି ଚଢାଉରେ ପ୍ରାୟ ଶହେଜଣ ଆୟକର ଅଧିକାରୀ ସାମିଲ ଅଛନ୍ତି।  ସେପଟେ ଏହି ଘଟଣାକୁ ନେଇ ଲାଲୁଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ କହିଛି ଏହି ଦୁର୍ନୀତିରେ ଲାଲୁଙ୍କ ପୁରା ପରିବାର ସାମିଲ ରହିଛି। ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୃକ୍ତିଙ୍କ ନେଇ ଦଳ ପ୍ରଶ୍ନ ଉଠାଇଛି।