ଏମିତି ଢ଼ଙ୍ଗରେ ପତାକା ଉତ୍ତୋଳନ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରିଛି ୬୯ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଦିଲ୍ଲୀଠାରୁ ପଲ୍ଲୀ ଚଳଚଞ୍ଚଳ। ଦିଲ୍ଲୀ ରାଜପଥରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସେହିପରି ଭାରତୀୟ ସୀମାରେ ମୁତୟନ ଥିବା ଇଣ୍ଡୋ ତିବ୍ବତୀୟାନ୍ ବର୍ଡର୍ ପୋଲିସ-ITBP ପକ୍ଷରୁ ପାଳନ କରାଯାଇଛି ସାଧାରଣତନନ୍ତ୍ର ଦିବସ। ସମୁଦ୍ର ପତ୍ତନରୁ ୧୮ ହଜାର ଫୁଟ୍ ଉଚ୍ଚରେ ସେମାନେ ପତାକା ଉତ୍ତୋଳନ କରିଛନ୍ତି। ତାହା ପୁଣି ମାଇନସ୍ ୩୦ ଡିଗ୍ରୀ ସେଲସିୟସରେ। ହାଡ଼ଭଙ୍ଗା ଥଣ୍ଡାରେ ହିମାଳୟର ବରଫ ଅଚ୍ଛାଦିତ ଅଞ୍ଚଳରେ ପହରା ଦେଉଥିବା ଏହି ବୀର ଯବାନ ହାତରେ ଜାତୀୟ ପତାକା,କାନ୍ଧରେ ବନ୍ଧୁକ ଧରି ନିଆରା ଶୈଳୀରେ ସାଧାରଣତନନ୍ତ୍ର ଦିବସ ପାଳନ କରିଛନ୍ତି।

ଯେଉଁଠି ଜୀବନ ଧାରା ଅସମ୍ଭବ ସେଇଠି ବର୍ଷକର ୩୬୫ ଦିନ ପଇନ୍ତରା ମାରନ୍ତି ଆଇଟିବିପି ଯବାନ।