ଆଇଡି ବିସ୍ଫୋରଣରେ ଯବାନ ସହିଦ, ୨ ଆହତ

ଶ୍ରୀନଗର: ଏଲ୍‌ଓସି ନିକଟରେ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହଦି ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପଲ୍ଲାନୱାଲା ସେକ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ସେନା ପକ୍ଷରୁ କୁହାଯାଇଛି, ଯବାନମାନେ ସେନାର ଟ୍ରକ୍‌ରେ ଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ଉଦ୍ଧମପୁରସ୍ଥିତ ସେନା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣେ ଗୁରୁତର ଆହତ ଯବାନ ସହିଦ ହୋଇଥିଲେ।

ଅନ୍ୟପକ୍ଷରେ ପାକିସ୍ତାନ ନୌଶେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରବିବାର ସେମାନେ ଲଗାତାର ଗୁଳି ଓ ଶେଲିଂ ମାଡ଼ କରିଥିଲେ। ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।