ଶପଥ ନେବା ପୂର୍ବରୁ ମୋଦିଙ୍କୁ ଭେଟିଲେ ଜଗନ ରେଡ୍ଡୀ

ନୂଆଦିଲ୍ଲୀ: ସୋମବାରରୁ ଶନିବାର ଭିତରେ ଯେ କୌଣସି ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନ ରେଡ୍ଡୀ। ଏହା ପୂର୍ବରୁ ଜଗନ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ନିର୍ବାଚିତ ହୋଇଥିବାରୁ ଏହି ଅବସରରେ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭେଟଘାଟ ବେଳେ ଆନ୍ଧ୍ରପ୍ରଦେଶ ବିକାଶରେ କେନ୍ଦ୍ରର ସହଯୋଗ ସହ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କଥା ଜଗନ ପ୍ରଧାନମନ୍ତ୍ରୀଙ୍କୁ କହିଥିବା ଜଣା ପଡ଼ିଛି।

ଚଳିତଥର ଓଡ଼ିଶା ଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିଲା। ମୋଟ ୧୭୫ ବିଧାନସଭା ଆସନରୁ ଜଗନ ରେଡ୍ଡୀଙ୍କ ଦଳ ଓ୍ୱାଇଏସଆର କଂଗ୍ରେସ ୧୫୧ଟି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନରେ ବିଜୟୀ ହୋଇଛି। ସେହିପରି ୨୫ ସାଂସଦ ଆସନରୁ ୨୨ଟି ଆସନରେ ବିଜେପି ଏବଂ ତେଲୁଗୁ ଦେଶମ ପାର୍ଟି ୩ଟି ଆସନରେ ବିଜୟୀ ହୋଇଛି।