ଜେଲ ଗଲେ ଶଶିକଳା

ଚେନ୍ନାଇ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ଏଆଇଡିଏମ୍‌କେ ସାଧାରଣ ସମ୍ପାଦକ ଶଶିକଳା ଆଜି ଜେଲ୍‌ ଯାଇଛନ୍ତି। ଚେନ୍ନାଇରୁ ସଡ଼କ ପଥରେ ବାହାରି ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁ ଜେଲ୍‌ରେ କଡା ସୁରକ୍ଷା ସହ ଶାକଳାଙ୍କ ସହ ତାଙ୍କ ସହଯୋଗୀ ଭିଏନ୍‌ ସୁଧାକରନ୍‌ ଏବଂ ସମ୍ପର୍କୀୟ ଇଲାବର୍ଷୀ ପହଞ୍ଚି ଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଆତ୍ମସମର୍ପଣ କରିବାକୁ କହିଥିଲେ। ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ଶଶିକଳାଙ୍କ ଓକିଲ ଆବେଦନ କରିଥିଲେ। ଏହାକୁ କୋର୍ଟ ଖାରଜ କରିଦେବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଶଶିକଳା ଚେନ୍ନାଇର ପୋଜ୍‌ ଗାର୍ଡେନ ରେସିଡେନ୍ସିରୁ ବାହାରି ତାଙ୍କ ବାନ୍ଧବୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ସମାଧି ସ୍ଥଳ ମାରିନ୍‌ ବିଚ୍‌ ଯାଇଥିଲେ। ସେଠାରେ ସେ ପୂଜା କରିବା ପରେ ବେଙ୍ଗାଲୁରୁ ଯାଇଥିଲେ।