ନିଜ ଛେପ ନିଜେ ଢୋକିଲେ କେଜ୍ରିୱାଲ: ଅରୁଣ ଜେଟଲୀଙ୍କୁ କ୍ଷମା ମାଗିଲେ , ପଢନ୍ତୁ କାହିଁକି

ନୂଆଦିଲ୍ଲୀ: କ୍ଷମା ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍।   କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରତି ଦେଇଥିବା ଅାପତ୍ତିଜନକ ମନ୍ତବ୍ୟକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ସେ।  ଅାଜି ବିଧିବଦ୍ଧ ଭାବେ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ କେଜ୍ରିଓ୍ବାଲ୍।  ଏହାସହ ଅାମ ଅାଦମୀ ପାର୍ଟି ନେତା ସଞ୍ଜୟ ସିଂହ, ଅାଶୁତୋଷ ଏବଂ ରାଘବ ଚଢ଼ା ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି।  ତେବେ ମିଳିଥିବା ସୂଚନା ମୁତାବ କେଜରୀଓ୍ବାଲଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଜେଟଲୀ।

କେଜ୍ରିଓ୍ବାଲଙ୍କ ଉପରେ ଥିବା ଅପରାଧିକ ମାମଲାକୁ ହଟାଇବା ପାଇଁ ପ୍ରକ୍ରିୟା ଅାରମ୍ଭ ହୋଇଛି ।  ପଟିଅାଲା ହାଉସ୍ କୋର୍ଟରେ ଏନେଇ ଉଭୟ ପକ୍ଷରୁ ଦାଏର ହୋଇଛି ଅାବେଦନ।   ଯାହାର ଅାସନ୍ତାକାଲି ଶୁଣାଣି କରିବେ କୋର୍ଟ।  ଦିଲ୍ଲୀ ବିଧାନସଭା ନିର୍ବଚନ ବେଳେ ଡିଡିସିଏରେ ଦୂର୍ନୀତି ଅଭିଯୋଗରେ ଅରୁଣ ଜେଟଲୀଙ୍କୁ ଅାକ୍ଷେପ କରିଥିଲେ କେଜ୍ରିଓ୍ବାଲ୍।   ଯାହାକୁ ନେଇ ମାନହାନି ମକଦ୍ଦମା ରୁଜୁ କରିଥିଲେ ଜେଟଲୀ ।  ତେବେ କୋର୍ଟରେ ଅଧିକ ସମୟ କଟୁଥିବାରୁ ଏହାକୁ ନେଇ ସେ କ୍ଷମା ପ୍ରାର୍ଥନା କରିଥିବା ଅାପ୍ ପକ୍ଷରୁ ସ୍ପଷ୍ଟ ହୋଇଥିଲା। ଏହାପୂର୍ବରୁ ଅନ୍ୟ ଦୁଇ ନେତାଙ୍କୁ କ୍ଷମା ମାଗି ସାରିଛନ୍ତି କେଜ୍ରିଓ୍ବାଲ୍ ।