କିସ୍ତୱାଡରେ ପଥରମାଡ଼ ପରେ ଲାଗିଲା କର୍ଫ୍ୟୁ

ଜମ୍ମୁ: ଜମ୍ମୁ-କାଶ୍ମୀରର କିସ୍ତୱାଡରେ ୩ ଯୁବକଙ୍କ ଗିରଫଦାରୀ ପରେ ପଥର ମାଡ଼ କାରଣରୁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ପୁଣି ଥରେ ଏଠାରେ କର୍ଫ୍ୟୁ ଜାରି କରିଛି।

ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,”କିସ୍ତୱାଡ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୋର ୪ଟାରେ କର୍ଫ୍ୟୁ ଲଗା ଯାଇଛି। ଶନିବାର ରାତିରେ କିସ୍ତୱାଡରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ୩ ଜଣ ଯୁବକଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏହି ୩ ଯୁବକଙ୍କୁ ଗିରଫ କରିବା ପରେ ଏହି ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼ କରିଥିଲେ।”